୨୦୨୩ର ପ୍ରଥମ କ୍ଷେପଣାସ୍ତ୍ର ପରୀକ୍ଷାକଲା ଉତ୍ତର କୋରିଆ

ପୋଙ୍ଗ୍‌ୟାଙ୍ଗ୍‌: ସାରା ବିଶ୍ୱ ନୂଆବର୍ଷ ପାଳନ କରୁଥିବା ବେଳେ ଉତ୍ତର କୋରିଆ ରାତି ୨ଟା ୫୦ ମିନିଟ୍ ସମୟରେ ୨୦୨୩ର ପ୍ରଥମ କ୍ଷେପଣାସ୍ତ୍ର ପରୀକ୍ଷା କରିଛି । ଦକ୍ଷିଣ କୋରିଆ ଜଏଣ୍ଟ୍ ଚିଫ୍ ଅଫ୍ ଷ୍ଟାଫ୍‌ଙ୍କ ଅନୁସାରେ ଉତ୍ତର କୋରିଆ ରାଜଧାନୀ ପୋଙ୍ଗ୍‌ୟାଙ୍ଗ୍‌ରୁ ଶର୍ଟ-ରେଞ୍ଜ୍‌ର ଏହି କ୍ଷେପଣାସ୍ତ୍ର ପରୀକ୍ଷା କରିଛି, ଯାହା ୪୦୦ କିଲୋମିଟର ଦୂରରେ ପଡ଼ିଛି । ଦକ୍ଷିଣ କୋରିଆ ଓ ଜାପାନ ଏହି କ୍ଷେପଣାସ୍ତ୍ର ପରୀକ୍ଷଣକୁ ନେଇ କଡ଼ା ବିରୋଧ ଦର୍ଶାଇଛନ୍ତି । ଏହା ପୂର୍ବରୁ ଉତ୍ତର କୋରିଆ ଆଗାମୀ ବର୍ଷରେ ବଡ଼ ଧରଣର ପରମାଣୁ ଅସ୍ତ୍ରଶସ୍ତ୍ରର ଉତ୍ପାଦନ କରିବା ଉଚିତ ବୋଲି ଡିସେମ୍ବର ୩୧ରେ ଏକଛତ୍ରବାଦୀ ଶାସକ କିମ୍ ଜଙ୍ଗ୍ କହିଥିଲେ । ସିଏନ୍‌ଏନ୍ ରିପୋର୍ଟ ଅନୁସାରେ ୨୦୨୨ର ସମୀକ୍ଷା ପାଇଁ ଆୟୋଜିତ ୬ ଦିନିଆ ଅଧିବେଶନର ଅନ୍ତିମ ଦିନ ଜୁମ୍ ଏହା କହିଥିଲେ ।

Related Articles

Leave a Reply

Your email address will not be published.

Back to top button