ନୀତୀଶ ସରକାର ହାସଲ କଲେ ସଂଖ୍ୟାଗରିଷ୍ଠତା, ସପକ୍ଷରେ ୧୨୯ ଭୋଟ୍, ବିରୋଧରେ ଶୂନ

ପାଟନା: ବିହାର ବିଧାନସଭାରେ ନୀତୀଶ କୁମାର ସହଜରେ ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ଫ୍ଲୋର ଟେଷ୍ଟ ପୂର୍ବରୁ ବିରୋଧୀମାନେ ୱାଲ୍କ ଆଉଟ କରିଥିଲେ। ଏହା ପରେ ମଧ୍ୟ ଶାସକ ଦଳ ବାଚସ୍ପତିଙ୍କ ଠାରୁ ଭୋଟ୍ ଦେବାକୁ ଦାବି କରିଥିଲେ। ଭୋଟ୍ ଦେବାର ଠିକ୍ ପୂର୍ବରୁ, ଚେତନ ଆନନ୍ଦଙ୍କ ସମେତ ତିନିଜଣ ଆରଜେଡି ବିଧାୟକ ପକ୍ଷ ପରିବର୍ତ୍ତନ କରି ଏନଡିଏ କ୍ୟାମ୍ପରେ ଯୋଗଦେବା ପରେ ଆରଜେଡି ମେଣ୍ଟକୁ ବଡ଼ ଝଟକା ଲାଗିଥିଲା। ଏହିପରି ଏନଡିଏ ପକ୍ଷରୁ ୧୨୯ ଭୋଟ ପଡିଥିଲା।ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଗ୍ରାଣ୍ଡ ଆଲାଇନ୍ସ ଛାଡି ଏନଡିଏରେ ଯୋଗ ଦେଇଥିଲେ ଏବଂ ଜାନୁଆରୀ ୨୮ ରେ ୧୨୮ ବିଧାୟକଙ୍କ ସହଯୋଗରେ ଏକ ନୂତନ ସରକାର ଗଠନ କରିଥିଲେ। ଏଥିରେ ୭୮ ଜଣ ବିଜେପି ବିଧାୟକ, ୪୫ ଜଣ ଜେଡିୟୁ ବିଧାୟକ, ଜିତନ ରାମ ମାଞ୍ଝିଙ୍କ ପାର୍ଟି ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ୪ ବିଧାୟକ ଏବଂ ଜଣେ ସ୍ୱାଧୀନ ବିଧାୟକ ଅଛନ୍ତି।

Related Articles

Leave a Reply

Your email address will not be published.

Back to top button