ଜନ୍ମ ପ୍ରମାଣପତ୍ର ନେଇ ନୂଆ ନିର୍ଦ୍ଦେଶନାମା ଜାରି

ନୂଆଦିଲ୍ଲୀ: ଆଉ ଅଧିକ କାଗଜପତ୍ରର ଆବଶ୍ୟକ ନାହିଁ। କେବଳ  ଜନ୍ମ ପ୍ରମାଣପତ୍ରରେ ସବୁ କିଛି କାର୍ୟ୍ୟ କରି ହେବ। ଏନେଇ ନୂଆ ନିର୍ଦ୍ଦେଶନାମା ଜାରି କରାଯାଇଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ବିଧିବଦ୍ଧ ଭାବେ ଏ ସମ୍ପର୍କରେ ସୂଚନା ଜାରି କରାଯାଇଛି।ଜନ୍ମ ପ୍ରମାଣପତ୍ର ଏକମାତ୍ର ଡକ୍ୟୁମେଣ୍ଟୁ ଯାହା ଦ୍ୱାରା ଶିକ୍ଷାନୁଷ୍ଠାନରେ ନାମଲେଖା ଠାରୁ ଆରମ୍ଭ କରି ଡ୍ରାଇଭିଂ ଲାଇସେନ୍ସ, ଭୋଟର ତାଲିକା, ଆଧାର, ବିବାହ ପଞ୍ଜୀକରଣ, ସରକାରୀ ନିଯୁକ୍ତି ପାଇଁ ବ୍ୟବହାର କରାଯାଇ ପାରିବ। ଏହାବାଦ କେନ୍ଦ୍ର ସରକାରଙ୍କ ଅନ୍ୟ ସବୁ ଯୋଜନା ପାଇଁ ଜନ୍ମ ପ୍ରମାଣପତ୍ରକୁ ଦେଖାଇ ହେବ। ଅକ୍ଟୋବର ୧ରୁ ଏହି ନିୟମ ଲାଗୁ ହେବ। ଗତ ମୌସୁମୀ ଅଧିବେଶନ ବେଳେ ସଂସଦର ଉଭୟ ଗୃହରେ Registration of Births and Deaths (Amendment) Act, 2023 ପାରିତ ହୋଇଥିଲା। ଅଗଷ୍ଟ ୭ରେ ଭୟସ ଭୋଟ ଦ୍ୱାରା ରାଜ୍ୟସଭାରେ ଏହା ଗୃହୀତ ହୋଇଥିବା ବେଳେ ଅଗଷ୍ଟ ୧ରେ ଲୋକସଭା ଏହାକୁ ଅନୁମୋଦନ କରିଥିଲା। ୧୯୬୯ ଆଇନରେ ସଂଶୋଧନ କରିବାକୁ ଏହି ବିଲ୍‌ରେ ବ୍ୟବସ୍ଥା ହୋଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button