ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଇତିହାସ ରଚିଲେ ନୀରଜ ଚୋପ୍ରା, ଅଭିନନ୍ଦନ ଜଣାଇଲେ ବଲିଉଡ ତାରକା

ନୂଆଦିଲ୍ଲୀ: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ହଙ୍ଗେରୀର ବୁଡାପେଷ୍ଟରେ ଚାଲିଥିବା ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲରେ ବିଶ୍ଵର ଆଥଲେଟ୍ସଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରି ସେ ଦ୍ୱିତୀୟ ପ୍ରୟାସରେ ୮୮.୧୭ ମିଟର ବିଜୟ ଥ୍ରୋ ହାସଲ କରିଥିଲେ। ଏହି ସଫଳତା ହାସଲ କରି ନୀରଜ ଚୋପ୍ରା ସମଗ୍ର ଦେଶକୁ ଗର୍ବିତ କରିଛନ୍ତି। ଏହା ପରେ କରୀନା କପୁର ଖାନ, ସହିଦ କପୁର, ଆୟୁଷ୍ମାନ ଖୁରାନା, ଫରହାନ ଅଖତର, ମଲାଇକା ଆରୋରା, ଅଭିଷେକ ବଚ୍ଚନ, ଭୁମି ପେଡନେକର ଭଳି ବଲିଉଡ ତାରକା ତାଙ୍କୁ ଅଭିନନ୍ଦନ ଜଣାଉଛନ୍ତି।

Related Articles

Leave a Reply

Your email address will not be published.

Back to top button