ଆଇଆରସିଟିସି, ଆଇଆରଏଫ୍‌ସିକୁ ନବରତ୍ନ ମାନ୍ୟତା, ଭାରତରେ ନବରତ୍ନ କମ୍ପାନୀ ସଂଖ୍ୟା ୨୬କୁ ବୃଦ୍ଧି

ନୂଆଦିଲ୍ଲୀ : ସୋମବାର ଭାରତ ସରକାରଙ୍କ ପକ୍ଷରୁ ଆଇଆରସିଟିସି ଏବଂ ଆଇଆରଏଫ୍‌ସି ଭଳି ୨ଟି କମ୍ପାନୀକୁ ଦେଶର ୨ ନୂଆ ନବରତ୍ନ କମ୍ପାନୀ ଭାବେ ମନୋନୀତ କରିଛନ୍ତି। ଅର୍ଥାତ୍ ଆଇଆରସିଟିସ୍ ଏବଂ ଆଇଆରଏଫ୍‌ସି ସମେତ ଦୁଇଟି କମ୍ପାନୀକୁ ସରକାରଙ୍କ ଦ୍ୱାରା ନବରତ୍ନ ସିପିଏସ୍‌ଇ (କେନ୍ଦ୍ରୀୟ ପବ୍ଲିକ୍ ସେକ୍ଟର ଏଣ୍ଟରପ୍ରାଇଜ୍‌) ମାନ୍ୟତା ମିଳିଛି। ତେବେ ଏହି ୨ କମ୍ପାନୀ ଏବେ ନବରତ୍ନ ମାନ୍ୟତା ପାଇବା ପରେ ଦେଶରେ ନବରତ୍ନ କମ୍ପାନୀଙ୍କ ସଂଖ୍ୟା ୨୬କୁ ବୃଦ୍ଧି ପାଇଛି। ତେବେ ଏହି ଦୁଇ କମ୍ପାନୀ ଯଥାକ୍ରମେ ନବରତ୍ନ କମ୍ପାନୀ ତାଲିକାର ୨୫ତମ ଏବଂ ୨୬ତମ ସ୍ଥାନରେ ରହିବେ। ଏହି ତାଲିକାର ଶୀର୍ଷରେ ଭାରତୀୟ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ (ବିଇଏଲ୍‌) ପ୍ରଥମ ନବରତ୍ନ କମ୍ପାନୀ ଭାବେ ରହିଛି। ଦେଶର ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା କମ୍ପାନୀଗୁଡ଼ିକୁ ନବରତ୍ନର ମାନ୍ୟତା ପ୍ରଦାନ କରାଯାଇଥାଏ। ଏହି କମ୍ପାନୀଗୁଡ଼ିକୁ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରିବାକୁ ପଡିଥାଏ। ଏହି ମାନଦଣ୍ଡଗୁଡ଼ିକ ମଧ୍ୟରୁ କିଛି କମ୍ପାନୀ ପୂର୍ବରୁ “ମିନିରତ୍ନ’ ସ୍ଥିତି ଧାରଣ କରିଥାନ୍ତି ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କ ଉତ୍କର୍ଷତା ଆଧାରରେ ଏବଂ ଦେଶର ଅର୍ଥନୀତିରେ ସେମାନଙ୍କ ଯୋଗଦାନକୁ ଦୃଷ୍ଟିରେ ରଖି ସେମାନଙ୍କୁ ନବରତ୍ନ ଭାବେ ପଦୋନ୍ନତି ଦିଆଯାଇଥାଏ। ତେବେ ଗତ ୫ ବର୍ଷ ମଧ୍ୟରୁ ଅତି କମ୍‌ରେ ୩ ବର୍ଷ ପାଇଁ ବୁଝାମଣା ପତ୍ର ସିଷ୍ଟମରେ ଉତ୍କୃଷ୍ଟ ରେଟିଂ ହାସଲ କରିଛି, ଏବଂ ନିଟ୍ ଲାଭ, ନିଟ୍ ମୂଲ୍ୟ ଏବଂ ସେୟାର ପ୍ରତି ଆୟ ଭଳି ପ୍ରମୁଖ କାର୍ଯ୍ୟଦକ୍ଷତା ସୂଚକରେ ୬୦ କିମ୍ବା ତା’ଠାରୁ ଅଧିକ ସ୍କୋର ହାସଲ କରିଛି। ଏକ କମ୍ପାନୀ ନବରତ୍ନ’ କମ୍ପାନୀ ଭାବେ ମାନ୍ୟତା ପାଇବା ଅର୍ଥ ଏହି କମ୍ପାନୀଗୁଡ଼ିକ ସରକାରୀ ଅନୁମୋଦନ ବିନା ନିବେଶ, ମିଶ୍ରଣ ଏବଂ ଯୌଥ ଉଦ୍ୟୋଗ ଉପରେ ଶୀଘ୍ର ନିଷ୍ପତ୍ତି ନେଇପାରିବାର ସୁବିଧା ପାଇପାରିବେ। ସେହିପରି ପୁଞ୍ଜି ଖର୍ଚ୍ଚ, ମାନବ ସମ୍ବଳ ପରିଚାଳନା ଏବଂ ସହାୟକ କମ୍ପାନୀ କିମ୍ବା ଯୌଥ ଉଦ୍ୟୋଗରେ ନିବେଶ ଉପରେ ସେମାନଙ୍କର ଅଧିକ କ୍ଷମତା ରହିବ। ସେମାନେ ସରକାରଙ୍କ ଅନୁମୋଦନ ବିନା ଗୋଟିଏ ପ୍ରକଳ୍ପରେ ୧୦୦୦ କୋଟି ଟଙ୍କା କିମ୍ବା ସେମାନଙ୍କର ମୋଟ ସମ୍ପତ୍ତିର ୧୫% ପର୍ଯ୍ୟନ୍ତ ପୁଞ୍ଜି ନିବେଶ କରିପାରିବେ। ନବରତ୍ନ’ ମାନ୍ୟତା ଏକ କମ୍ପାନୀର ସ୍ଥିର ତଥା ଉତ୍କୃଷ୍ଟ ପ୍ରଦର୍ଶନକୁ ସୂଚିତ କରିବା ସହ ଉତ୍କୃଷ୍ଟ ପ୍ରତିଭା ଏବଂ ଅଂଶଗ୍ରହଣକୁ ଆକର୍ଷିତ କରିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button