ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରୀଡ୍ ପରିସରକୁ ଆସିବ ସୁପ୍ରିମକୋର୍ଟ, ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

ନୂଆଦିଲ୍ଲୀ: ପଡ଼ିରହିଥିବା ମାମଲାର ଟ୍ରାକିଂ ପାଇଁ ଭାରତର ସୁପ୍ରିମକୋର୍ଟ ନ୍ୟାସନାଲ ଜୁଡିସିଆଲ ଡାଟା ଗ୍ରୀଡ୍ ପରିସରକୁ ଆସିବ ବୋଲି ପ୍ରଧାନ ବିଚାରପତି ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପ୍ରଶଂସା କରିଛନ୍ତି। ଟେକ୍ନୋଲୋଜିର ଏପରି ବ୍ୟବହାର ଆମ ଦେଶର ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ ଓ ପାରଦର୍ଶୀ କରିବ ବୋଲି ଶ୍ରୀ ମୋଦୀ କହିଛନ୍ତି। ଏଏନଆଇର ଏକ୍ସ ପୋଷ୍ଟରେ ପ୍ରତିକ୍ରିୟା ଦେଇ ପ୍ରଧାନମନ୍ତ୍ରୀ ପୋଷ୍ଟ କରିଛନ୍ତି ଯେ, ‘ସୁପ୍ରିମକୋର୍ଟ ଏବଂ ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ଼ଙ୍କ ଦ୍ୱାରା ପ୍ରଶଂସନୀୟ ପଦକ୍ଷେପ। ଟେକ୍ନୋଲୋଜିର ଏପରି ବ୍ୟବହାର ଆମ ଦେଶର ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ ଓ ପାରଦର୍ଶୀ କରିବ।’

Related Articles

Leave a Reply

Your email address will not be published. Required fields are marked *

Back to top button