NEWSWEEK ର କଭର ପେଜରେ ନରେନ୍ଦ୍ର ମୋଦୀ: ଇନ୍ଦିରା ଗାନ୍ଧୀଙ୍କ ପରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ: ଆମେରିକାର ପ୍ରସିଦ୍ଧ ସାପ୍ତାହିକ ପତ୍ରିକା NEWSWEEK ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହାର କଭର ପେଜରେ ସ୍ଥାନ ଦେଇଛି। ଇନ୍ଦିରା ଗାନ୍ଧୀଙ୍କ ପରେ ନରେନ୍ଦ୍ର ମୋଦୀ ହେଉଛନ୍ତି ଦ୍ୱିତୀୟ ଭାରତୀୟ ପ୍ରଧାନମନ୍ତ୍ରୀ, ଯାହାକୁ NEWSWEEK ଏହାର କଭର ପେଜରେ ସ୍ଥାନ ଦେଇଛି। ଏହି ସାକ୍ଷାତକାରରେ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ଏବଂ ପାକିସ୍ତାନ ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। ଭାରତର ଭବିଷ୍ୟତର ରୋଡ୍ ମ୍ୟାପ୍ ବିଷୟରେ ମଧ୍ୟ ଆଲୋଚନା କରାଯାଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଭାରତ ପାଇଁ ଚୀନ୍ ସହ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ମୁଁ ବିଶ୍ୱାସ କରେ ଯେ, ଆମ ସୀମାରେ ଦୀର୍ଘ ଦିନ ଧରି ଚାଲିଆସୁଥିବା ପରିସ୍ଥିତିକୁ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ, ଯାହା ଦ୍ଵାରା ଆମର ଦ୍ୱିପାକ୍ଷିକ ଆଲୋଚନାରେ ଅସ୍ୱାଭାବିକ ପରିସ୍ଥିତି ଶେଷ ହୋଇପାରିବ। କେବଳ ଆମର ଦୁଇ ଦେଶ ପାଇଁ ନୁହେଁ ସମଗ୍ର ଅଞ୍ଚଳ ଏବଂ ବିଶ୍ଵ ପାଇଁ ଭାରତ ଏବଂ ଚୀନ୍ ମଧ୍ୟରେ ସ୍ଥିର ଏବଂ ଶାନ୍ତିପୂର୍ଣ୍ଣ ସମ୍ପର୍କ ଗୁରୁତ୍ୱପୂର୍ଣ୍ଣ। ମୁଁ ଆଶା କରେ ଏବଂ ବିଶ୍ବାସ କରେ ଯେ, କୂଟନୈତିକ ଏବଂ ସାମରିକ ସ୍ତରରେ ସକରାତ୍ମକ ଏବଂ ଗଠନମୂଳକ ଦ୍ୱିପାକ୍ଷିକ ଯୋଗଦାନ ସହିତ ଆମେ ଆମର ସୀମା ଉପରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବାରେ ସକ୍ଷମ ହେବୁ। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ଆମେରିକା, ଅଷ୍ଟ୍ରେଲିଆ, ଜାପାନ, ଭାରତ ଏବଂ ଚୀନ୍ ଅନେକ ଗୋଷ୍ଠୀର ସଦସ୍ୟ। କ୍ୱାଡ୍ ର ଉଦ୍ଦେଶ୍ୟ କୌଣସି ଦେଶ ବିରୁଦ୍ଧରେ ନୁହେଁ। SCO, BRICS ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ଗୋଷ୍ଠୀ ପରି, କ୍ୱାଡ୍ ମଧ୍ୟ ଏକ ସମାନ ଚିନ୍ତାଧାରା ବିଶିଷ୍ଟ ଦେଶର ଏକ ଗୋଷ୍ଠୀ, ଏକ ସାଧାରଣ ସକରାତ୍ମକ ଏଜେଣ୍ଡା ଉପରେ କାର୍ଯ୍ୟ କରେ।

Related Articles

Leave a Reply

Your email address will not be published.

Back to top button