ଭାରତୀୟ ସିଇଓଙ୍କ ଲମ୍ବା ତାଲିକାକୁ ମସ୍କଙ୍କ ପ୍ରଶଂସା

ନୂଆଦିଲ୍ଲୀ: ବିଶ୍ବର ବହୁ ଲୋକପ୍ରିୟ କଂପାନିର ନେତୃତ୍ବ ସମ୍ଭାଳୁଛନ୍ତି ଭାରତୀୟସିଇସ। ଗୁଗୁଲ୍‌ଠାରୁ ଆରମ୍ଭ କରି ମାଇକ୍ରୋସଫ୍ଟ, ୟୁଟ୍ୟୁବ୍, ଆଇବିଏମ୍‌, ନେଟ୍‌ଆପ୍‌, ଷ୍ଟାରବକ୍ସ, ମାଇକ୍ରନ୍ ଟେକ୍ନୋଲୋଜି, ଆଡୋବ୍ ଆଦିର ସିଇଓ ଭାବେ ଭାରତୀୟ କାର୍ଯ୍ୟ କରୁଛନ୍ତି। ତାହାର ଏକ ତାଲିକା ୱାର୍ଲଡ୍ ଅଫ୍ ଷ୍ଟାଟିଷ୍ଟିକ୍ସ ତରଫରୁ ଜାରି କରାଯାଇଛି। ସେହି ତାଲିକାକୁ ବିଶ୍ବର ଏକ ନମ୍ବର ଧନୀ ବ୍ୟକ୍ତି ଏଲନ୍ ମସ୍କ ପ୍ରଶଂସା କରି ଲେଖିଛନ୍ତି ‘ଆକର୍ଷଣୀୟ’।  ଗୁଗୁଲ୍‌ର ସିଇଓ ଭାବେ ସୁନ୍ଦର ପିଚାଇ, ମାଇକ୍ରୋସଫ୍‌ଟର ସିଇଓ ପଦରେ ସତ୍ୟ ନାଡେଲା, ୟୁଟ୍ୟୁବ୍‌ରେ ନିଲ୍ ମୋହନ, ଆଡୋବ୍‌ରେ ଶାନ୍ତନୁ ନାରାୟଣ, ବିଶ୍ବବ୍ୟାଙ୍କ ମୁଖ୍ୟ ଭାବେ ଅଜୟ ବାଙ୍ଗା, ଷ୍ଟାରବକ୍ସରେ ଲକ୍ଷତମଣ ନରସିଂହ, କଗ୍ନିଜାଣ୍ଟରେ ରବି କୁମାର ଏସ୍‌ , ମାଇକ୍ରନ୍ ଟେକ୍ନୋଲୋଜିରେ ସଞ୍ଜୟ ମେହରୋତ୍ରା ଓ ଚ୍ୟାନେଲ୍‌ର ସିଇଓ ଭାବେ ଲିନା ନାୟାର କାର୍ଯ୍ୟ କରୁଛନ୍ତି। ଆଲବର୍ଟସନ୍‌ସ, ନେଟ୍‌ଆପ୍‌, ପାଲୋ ଆଲ୍‌ଟୋ ନେଟ୍‌ୱର୍କସ୍‌, ଆରିଷ୍ଟା ନେଟ୍‌ୱର୍କସ୍‌, ନୋଭାର୍ଟିସ୍‌, ହନିୱେଲ୍, ଫ୍ଲେକ୍ସ, ୱେଫେୟାର, ଓନ୍‌ଲିଫ୍ୟାନ୍‌ସ, ମୋଟୋରୋଲା ମୋବିଲିଟି ଓ ଭିମେଓର ସିଇଓ ଭାବେ ମଧ୍ୟ ଭାରତୀୟ କାର୍ଯ୍ୟ କରୁଛନ୍ତି। ମସ୍କ ନିକଟରେ ଅଧିଗ୍ରହଣ କରିଥିବା ସୋସିଆଲ ମିଡିଆ ସଂସ୍ଥା ଟ୍ବିଟର (ବର୍ତ୍ତମାନର ଏକ୍ସ)ର ସିଇଓ ଭାବେ ଭାରତୀୟ ପରାଗ ଗୁପ୍ତା କାର୍ଯ୍ୟ କରୁଥିଲେ। ଟ୍ବିଟରକୁ ଅଧିଗ୍ରହଣ କରିବା ପରେ ସେ ପରାଗଙ୍କୁ ବିଦା କରିଥିଲେ।

Related Articles

Leave a Reply

Your email address will not be published.

Back to top button