ସାଂସଦଙ୍କୁ ୧୦ ବର୍ଷ ଜେଲ୍

କାଭାରାତି: ହତ୍ୟା ଉଦ୍ୟମ ମାମଲାରେ ଲାକ୍ଷାଦ୍ୱୀପର ଏକ ଅଦାଲତ ଜଣେ ଏନ୍‌ସିପି ସାଂସଦଙ୍କ ସମେତ ମୋଟ ୪ ଅଭିଯୁକ୍ତଙ୍କୁ ୧୦ ବର୍ଷ ଲେଖାଏଁ ଜେଲ୍ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଏଥିସହିତ ପ୍ରତ୍ୟେକ ଅଭିଯୁକ୍ତଙ୍କ ଉପରେ ୧ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଛି । ଜେଲ୍ ଦଣ୍ଡାଦେଶ ପାଇଥିବା ଏହି ସାଂସଦ ହେଉଛନ୍ତି ମହମ୍ମଦ ଫୈଜଲ । ୨୦୦୯ ଲୋକସଭା ନିର୍ବାଚନ ସମୟରେ ଅଭିଯୁକ୍ତମାନେ ତତ୍କାଳୀନ କେନ୍ଦ୍ରମନ୍ତ୍ରୀ ପି.ଏମ.ସୟିଦଙ୍କ ଜ୍ୱାଇଁ ପଦାନାଥ୍ ସାଲିହ୍‌ଙ୍କୁ ହତ୍ୟା ଉଦ୍ୟମ କରିଥିଲେ । ତେବେ ଏହି ଦଣ୍ଡାଦେଶ ବିରୋଧରେ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଫୈଜଲ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button