କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ଚର୍ଚ୍ଚା, ନିର୍ବାଚନ ପୂର୍ବରୁ ଦଳକୁ ସଶକ୍ତ କରିବେ ମୋଦି

ନୂଆଦିଲ୍ଲୀ: କିଛି ଦିନ ବିରାମ ପରେ ଏବେ ପୁଣି ଥରେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କାରଣ ସାଧାରଣ ନିର୍ବାଚନ ହେବାକୁ ଆଉ କିଛି ମାସ ବାକି ରହିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅଦଳବଦଳ କରିବେ। ଜାତୀୟ ଗଣମାଧ୍ୟମ ଅନୁସାରେ ମୌସୁମୀ ଅଧିବେସନ ପୂର୍ବରୁ ଏହି ଅଦଳବଦଳ ହେବ ବୋଲି କୁହାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତ୍ରୀ ମଣ୍ଡଳ ଗତ 2021 ମସିହାରେ ବଡ ଧରଣର ଅଦଳବଦଳ ହୋଇଥିଲା। ଏହାପରେ ଗତ ମାସରେ କିରଣ ରିଜୁଜୀଙ୍କୁ ଆଇନ ମନ୍ତ୍ରୀରୁ ହଟାଇ ନୂଆ ବିଭାଗ ଦେଇଥିଲେ। ଯାହା ଏକ ଛୋଟ ଅଦଳବଦଳ ବୋଲି କୁହାଯିବ। ହେଲେ ଏଥର ଯେଉଁ ଅଦଳବଦଳ ହେବ ତାହା ଏକ ବଡଧରଣର ହେବ ବୋଲି ଅନୁମାନ କରାଯାଉଛି।

Related Articles

Leave a Reply

Your email address will not be published.

Back to top button