୧୨ ଜୁଲାଇରେ ସମ୍ପ୍ରସାରଣ ହୋଇପାରେ ମୋଦି କ୍ୟାବିନେଟ

ନୂଆଦିଲ୍ଲୀ,୧୦।୭: ସମସ୍ତ ମୁଖ୍ୟ ଦଳ ଲୋକ ସଭା ନିର୍ବାଚନ-୨୦୨୪ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଗୋଟିଏ ପଟେ ବହୁ ବିରୋଧୀ ଦଳ ଏକ ବୃହତ୍‌ ମେଣ୍ଟ ଗଠନ ପ୍ରକ୍ରିୟାରେ ନିୟୋଜିତ ଥିବାବେଳେ ଅନ୍ୟ ପଟେ ଭାଜପା ମଧ୍ୟ ନିର୍ବାଚନ ପ୍ରସ୍ତୁତିରେ ନିୟୋଜିତ ଅଛନ୍ତି। ଏସବୁ ମଧ୍ୟରେ କେନ୍ଦ୍ର କ୍ୟାବିନେଟରେ ପରିବର୍ତ୍ତନର ଗୁଜବ ମଧ୍ୟ ତୀବ୍ର ହୋଇଛି। ସୂଚନାନୁସାରେ, ଜୁଲାଇ ୧୨ରେ ମୋଦି କ୍ୟାବିନେଟର ସମ୍ପ୍ରସାରଣ କରାଯାଇପାରେ। ଯେଉଁଥିପାଇଁ ରାଷ୍ଟ୍ରପତି ଭବନରେ ଏକ ବଡ଼ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଛି। ସୂତ୍ରରୁ ପ୍ରକାଶ ଯେ କ୍ୟାବିନେଟ ସମ୍ପ୍ରସାରଣ ପାଇଁ ପ୍ରସ୍ତୁତି ଶେଷ ହୋଇଛି। ନିକଟରେ ପ୍ରଧାନମନତ୍ରୀ ତାଙ୍କ ବାସଭବନରେ ଦଳର ନେତାଙ୍କ ସହ ଏକ ବୈଠକ କରିଥିଲେ। ଯେଉଁଥିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button