ମନ୍ତ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କୁ ଆଜୀବନ କାରାଦଣ୍ଡାଦେଶ

ପାଟନା: ବିହାରର ପୂର୍ବତନ ମନ୍ତ୍ରୀ ରବୀନ୍ଦ୍ର ନାଥ ମିଶ୍ରଙ୍କୁ ଛପରାର ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଛପରାରେ ୩୩ ବର୍ଷ ପୂର୍ବେ ବୁଥ୍ କ୍ୟାପ୍‌ଚରିଂ ବେଳେ ଜଣେ ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ମାମଲାରେ ଦୋଷୀ ସାବ୍ୟସ୍ତ ପୂର୍ବତନ କଂଗ୍ରେସ ମନ୍ତ୍ରୀ ରବୀନ୍ଦ୍ରନାଥଙ୍କୁ ଛପରା ସ୍ପେଶାଲ୍ କୋର୍ଟ ଏହି ରାୟ ଦେଇଛନ୍ତି । ଏହା ସହିତ ୪୦ ହଜାର ଟଙ୍କା ଜୋରିମାନା ମଧ୍ୟ କରିଛନ୍ତି । ସାତଦିନ ତଳେ ଏହି ମାମଲାରେ କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ତେବେ ତାଙ୍କ ଭାଇ ହରେନ୍ଦ୍ର ମିଶ୍ରଙ୍କୁ ପ୍ରମାଣ ଅଭାବରୁ କୋର୍ଟ ଦୋଷମୁକ୍ତ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button