ଦୁର୍ଘଟଣାଗ୍ରସ୍ତ ହୋଇ ଘର ଉପରେ ପଡ଼ିଲା ମିଗ -୨୧ ଯୁଦ୍ଧ ବିମାନ, ଦୁଇ ମୃତ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ମିଗ୍ -୨୧ ଯୁଦ୍ଧ ବିମାନ ଆଜି ପୂର୍ବାହ୍ନରେ ରାଜସ୍ଥାନର ହନୁମାନଗଡ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବିମାନଟି ସୁରଟଗଡରୁ ଉଡାଣ ଆରମ୍ଭ କରିଥିଲା। ପାଇଲଟ୍ ଏବଂ ସହ-ପାଇଲଟ୍ ସୁରକ୍ଷିତ ଅଛନ୍ତି। ପ୍ରକାଶ ଯେ ପାଇଲଟ୍ ଏବଂ ସହ-ପାଇଲଟ୍ ଠିକ୍ ସମୟରେ ପାରାଚ୍ୟୁଟ୍ ସାହାଯ୍ୟରେ ବିମାନରୁ ଡେଇଁପଡିଥିଲେ, ଯେଉଁଥିପାଇଁ ଉଭୟଙ୍କ ଜୀବନ ରକ୍ଷା ହୋଇପାରିଛି। ହେଲିକପ୍ଟରଟି ଗୋଟିଏ ଘର ଉପରେ ପଡିଛି। ଏହି କାରଣରୁ ଜଣେ ମହିଳା ଏବଂ ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି। ତେବେ ବାୟୁସେନା ପକ୍ଷରୁ କୌଣସି ନିଶ୍ଚିତତା ହୋଇନାହିଁ।

Related Articles

Leave a Reply

Your email address will not be published.

Back to top button