ପୁଡୁଚେରୀରେ ମାସ୍କ ବାଧ୍ୟତାମୂଳକ
ନୂଆଦିଲ୍ଲୀ : ଦେଶରେ ସଙ୍ଗୀନ ହେବାରେ ଲାଗିଛି କରୋନା ସଂକ୍ରମଣ । ଏନେଇ ଅଗୁଆ ସର୍ତକ ହୋଇଛି ପୁଡୁଚେରୀ । ପୁଡୁଚେରୀରେ ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ କରାଯାଇଛି । କରୋନା ସଂକ୍ରମଣ ବୃଦ୍ଧି ପରେ ପୁଡୁଚେରୀରେ ସରକାରଙ୍କ ନିଷ୍ପତ୍ତି । ସ୍କୁଲରେ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ମାସ୍କ ବାଧ୍ୟତାମୂଳକ କରାଯାଇଛି । ଗତ ୨୪ ଘଣ୍ଟାରେ ମୋଟ ୫୩୩୫ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଗତ ବୁଧବାର ଦିନ ଦେଶରେ ସଂକ୍ରମଣ ୪,୪୩୫ ଥିବାବେଳେ ଗୁରୁବାର ଏହା ୫ ହଜାର ଟପିଯାଇଛି । ଯାହା ୬ ମାସରେ ସର୍ବାଧିକ । ଦେଶରେ ଦୈନିକ ପଜିଟିଭ୍ ହାର ୩.୩୨ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍ ହାର ୨.୭୯ ପ୍ରତିଶତ ରହିଛି । ଦେଶରେ କରୋନା ସ୍ଥିତିର ସମୀକ୍ଷା ପାଇଁ ଏହି ବୈଠକ କରାଯାଇଥିଲା । ଯେଉଁଥିରେ ଉଲ୍ଲେଖଯୋଗ୍ୟ, ସ୍ବାସ୍ଥ୍ୟ ମନ୍ତ୍ରୀ ନିକଟରେ କହିଥିଲେ ଯେ ଦେଶରେ ସଂକ୍ରମଣ ବଢ଼ୁଥିବାରୁ ଆମକୁ ଏଥିପାଇଁ ସତର୍କ ରହିବାକୁ ପଡ଼ିବ । ଏନେଇ ଅଗୁଆ ସର୍ତକ ହୋଇଛି ପୁଡୁଚେରୀ ।