ମନୋଜ ବାଜପେୟୀଙ୍କ ଟ୍ବିଟର ଆକାଉଣ୍ଟ ହ୍ୟାକ୍‌

ମୁମ୍ବାଇ: ବଲିଉଡର ଅନ୍ୟତମ ଶ୍ରେଷ୍ଠ ଅଭିନେତା ମନୋଜ ବାଜପେୟୀଙ୍କ ଟ୍ବିଟର୍‌ ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ଏନେଇ ଅଭିନେତା ନିଜେ ସୂଚନା ଦେଇଛନ୍ତି। ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ଶେୟାର କରି ସେ ପ୍ରଶଂସକମାନଙ୍କୁ ସୂଚନା ଦେଇଛନ୍ତି ଯେ, ତାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହୋଇଛି। ଏଥିସହ ସେ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଏହି ଆକାଉଣ୍ଟ ସହିତ କୌଣସି ପ୍ରକାରର ସମ୍ପର୍କରୁ ଦୂରେଇ ରହିବାକୁ ଅନୁରୋଧ କରିଛନ୍ତି। ମନୋଜ ବାଜପେୟୀ ଶୁକ୍ରବାର ସକାଳେ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଛନ୍ତି, ‘‘ମୋ ଟ୍ବିଟର ଆକାଉଣ୍ଟ ହ୍ୟାକ୍‌ ହୋଇଯାଇଛି। ଏହି ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଦୟାକରି ଆଜି ମୋ ପ୍ରୋଫାଇଲରୁ ଆସୁଥିବା କୌଣସି ଜିନିଷ ସହ ଯୋଡ଼ି ହୁଅନ୍ତୁ ନାହିଁ। ଏ ଦିଗରେ କାମ ଚାଲିଛି। ସମସ୍ୟାର ସମାଧାନ ହେବା ମାତ୍ରେ ଆପଣଙ୍କୁ ଏ ବିଷୟରେ ଅବଗତ କରାଯିବ।’’ ସୂଚନାଯୋଗ୍ୟ, ତାଙ୍କ ଟ୍ୱିଟର ପ୍ରୋଫାଇଲରେ ଏପର୍ୟ୍ୟନ୍ତ କୌଣସି ପ୍ରକାର ଅସାଧାରଣ କାର୍ଯ୍ୟକଳାପ ଲକ୍ଷ୍ୟ କରାଯାଇ ନାହିଁ।

Related Articles

Leave a Reply

Your email address will not be published.

Back to top button