ଜେଲରୁ ବାହାରିଲେ ମନୀଷ ସିସୋଦିଆ

ନୂଆଦିଲ୍ଲୀ:  ପତ୍ନୀଙ୍କୁ ଭେଟିବା ପାଇଁ ଜେଲରୁ ବାହାରିଲେ ମନୀଷ ସିସୋଦିଆ। କୋର୍ଟଙ୍କ ଅନୁମତି ମିଳିବା ପରେ ଆପ୍ ନେତା ତଥା ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ପୁଲିସ ସୁରକ୍ଷା ବଳୟ ସହ ଘରେ ପହଞ୍ଚିଛନ୍ତି। ଆଜି ପ୍ରାୟ ଦିନ ୧୦ଟାରେ ମଥୁରା ରୋଡ୍ ସ୍ଥିତ ବାସଭବନରେ ପହଞ୍ଚିଛନ୍ତି ସିସୋଦିଆ ।  ଏଥିପାଇଁ ସିସୋଦିଆଙ୍କୁ ଦିନ ୧୦ଟାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ଛଅ ଘଣ୍ଟାର ସମୟ ଦିଆଯାଇଛି। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇ ତିହାର ଜେଲରେ ଥିବା ସିସୋଦିଆଙ୍କ ପତ୍ନୀ ସୀମାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ଗତକାଲି କୋର୍ଟ ତାଙ୍କୁ ଭେଟିବା ପାଇଁ ଅନୁମତି ଦେଇଥିଲେ। କିନ୍ତୁ ଏହି ସମୟ ମଧ୍ୟରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଏବଂ ରାଜନୈତିକ କାର୍ୟ୍ୟରେ ଯୋଗନଦେବାକୁ କଡା ଚେତାବନୀ ଦେଇଛନ୍ତି କୋର୍ଟ। ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ୨୬ ଫେବୃଆରୀରେ ସିବିଆଇ ମନୀଷ ସିସୋଦିଆଙ୍କୁ ଗିରଫ କରିଥିଲା। ସେବେଠାରୁ ସେ ଜେଲରେ ଅଛନ୍ତି।

Related Articles

Leave a Reply

Your email address will not be published.

Back to top button