ମନୀଷ ସିସୋଦିଆଙ୍କୁ ମିଳିଲାନି ସୁପ୍ରିମକୋର୍ଟଙ୍କଠାରୁ ଆଶ୍ଵସ୍ତି, ଅକ୍ଟୋବର ୪ରେ ହେବ ଜାମିନ ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଅକ୍ଟୋବର ୪ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ଅବକାରୀ ଦୁର୍ନୀତି ମାମଲାରେ ଚଳିତ ବର୍ଷ ଫେବୃଆରୀରେ ସିସୋଦିଆଙ୍କୁ ଗିରଫ କରାଯାଇଥିଲା। ଶୁଣାଣି ସମୟରେ ଏହି ମାମଲା ସାମ୍ନାକୁ ଆସିବା ପରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ଏସ.ଭି. ଭଟ୍ଟୀଙ୍କ ଖଣ୍ଡପୀଠ କହିଛନ୍ତି ଯେ ଶୁକ୍ରବାର କିମ୍ବା ଅନ୍ୟ କୌଣସି ଦିନ କୋର୍ଟ ଏହି ପିଟିସନର ଶୁଣାଣି କରିପାରିବେ।

ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପକ୍ଷରୁ କୋର୍ଟରେ ହାଜର ହୋଇଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଭୀ ନିୟମିତ ଜାମିନ ଉପରେ ଯୁକ୍ତି କରିବାକୁ ୩ ରୁ ୪ ଘଣ୍ଟା ସମୟ ମାଗିଥିଲେ। ଏହି ଘଟଣାରେ ଗଣମାଧ୍ୟମରେ ପ୍ରକାଶିତ ଖବର ଉପରେ ସିଂଭି ମଧ୍ୟ ଆପତ୍ତି କରିଛନ୍ତି। ଏହା ଉପରେ ଜଷ୍ଟିସ ସଂଜୀବ ଖାନ୍ନାଙ୍କ ନେତୃତ୍ୱରେ ହୋଇଥିବା ଖଣ୍ଡପୀଠ କହିଛନ୍ତି ଯେ, କୋର୍ଟ ଏହି ରିପୋର୍ଟଗୁଡିକ ପ୍ରତି ଧ୍ୟାନ ଦେଉନାହାଁନ୍ତି। ତା’ପରେ ମାମଲା ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା।

ପତ୍ନୀଙ୍କୁ ଭେଟିବା ପାଇଁ ଜାମିନ ମାଗିଥିଲେ:

ସିଂଭୀ କହିଛନ୍ତି ଯେ, ସେ ଅକ୍ଟୋବର ୪ ତାରିଖରେ ଏହି ମାମଲାର ଶୁଣାଣି ପାଇଁ ଖଣ୍ଡପୀଠକୁ ଅନୁରୋଧ କରିଥିଲେ। ସେ କହିଛନ୍ତି ଯେ, ଶୁଣାଣି ବହୁତ ସମୟ ନେଇପାରେ। କେନ୍ଦ୍ରୀୟ ଏଜେନ୍ସି ତରଫରୁ ଅତିରିକ୍ତ ସଲିସିଟର ଏସ୍ ରାଜୁ କୋର୍ଟରେ ହାଜର ହୋଇଥିଲେ। ମନୀଷ ସିସୋଦିଆ ତାଙ୍କ ଅସୁସ୍ଥ ପତ୍ନୀ ସୀମାଙ୍କୁ ଭେଟିବା ପାଇଁ ମାନବିକତା ଭିତ୍ତିରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। କେତେକ ମେଡିକାଲ ରିପୋର୍ଟରେ ମଧ୍ୟ ସୀମାଙ୍କ ଅବସ୍ଥା ଖରାପ ହେବାର ବର୍ଣ୍ଣନା କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button