ଦଶହରାକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ

ମୁମ୍ବାଇ: ଆଇନ-ଶୃଙ୍ଖଳା ପରିସ୍ଥିତି କଥା ଦର୍ଶାଇ ମୁମ୍ବାଇର ଶିବାଜୀ ପାର୍କରେ ଦଶହରା ରାଲି କରିବା ଲାଗି ଉଭୟ ଉଦ୍ଧବ ଠାକ୍‌ରେ ଏବଂ ଏକନାଥ ସିନ୍ଦେ ଗୋଷ୍ଠୀଙ୍କୁ ଅନୁମତି ଦେବା ପାଇଁ ‘ବୃହନ୍‌ମୁମ୍ବାଇ ମୁନିସିପାଲ୍‌ କର୍ପୋରେସନ୍‌’ ଆଜି ମନା କରିଦେଇଛି।ଅକ୍ଟୋବର ୫ ତାରିଖ ଦିନ ରାଲି କରିବା ନିମନ୍ତେ ଅନୁମତି ପାଇବା ପାଇଁ ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ଶିବସେନା ଦାଏର କରିଥିବା ପିଟିସନ୍‌ ଶୁଣାଣି କରିବା ପାଇଁ ବମ୍ବେ ହାଇକୋର୍ଟ ପ୍ରସ୍ତୁତି ହେଉଥିବା ବେଳେ ‘ବିଏମ୍‌ସି’ ଏଭଳି ଆଦେଶ ଦେଇଛି।ବିଏମ୍‌ସି’ର ନିଷ୍ପତ୍ତି ପୂର୍ବରୁ ଉଦ୍ଧବ ଗୋଷ୍ଠୀ ହାଇକୋର୍ଟରେ ପିଟିସନ୍‌ ଦାଏର କରିଥିଲେ।ପ୍ରତିବର୍ଷ ଶିବାଜୀ ପାର୍କରେ ଦଶହରା ରାଲି କରିବା ଶିବସେନାର ପରମ୍ପରା ପାଲଟି ଯାଇଛି। ହାଇକୋର୍ଟରେ ଦାଏର କରିଥିବା ପିଟିସନ୍‌ରେ ଉଦ୍ଧବ ଗୋଷ୍ଠୀର ସେନା ଲେଖିଛି ଯେ, ୧୯୬୬ ମସିହାରୁ ଦଶହରା ରାଲି ଚାଲି ଆସିଛି । ବୁଧବାର ଦିନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଦଳୀୟ କର୍ମୀଙ୍କୁ ଉଦ୍‌ବୋଧନ ଦେବା ବେଳେ ପ୍ରତିଶ୍ରୁତି ଦେଇଥି‌ଲେ ଯେ, ଶିବାଜୀ ପାର୍କରେ ହିଁ ରାଲି କରାଯିବ।ସୂଚନାଯୋଗ୍ୟ, ବିଦ୍ରୋହୀ ଏକନାଥ ସିନ୍ଦେ ଓ ତାଙ୍କ ଗୋଷ୍ଠୀର ବିଧାୟକମାନେ ପ୍ରକୃତ ଶିବସେନା ତାଙ୍କର ବୋଲି ଦାବି କରୁଥିବାରୁ ଶିବାଜୀ ପାର୍କରେ ସେନାର କେଉଁ ଗୋଷ୍ଠୀ ଦଶହରା ରାଲି କରିବ, ତାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା।ବିକଳ୍ପ ଭାବେ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସ୍‌ ଅନ୍ତର୍ଗତ ‘ଏମ୍‌ଏମ୍‌ଆର୍‌ଡିଏ’ ପ୍ରାଙ୍ଗଣରେ ଦଶହରା ରାଲି କରିବା ଲାଗି ଅନୁମତି ଦେବାକୁ ଉଭୟ ଗୋଷ୍ଠୀ  ଅନୁମତି ପାଇଁ ଆବେଦନ କରିଥିଲେ ହେଁ, ସେଠାରେ ରାଲି ପାଇଁ ସିନ୍ଦେ ଗୋଷ୍ଠୀକୁ ଅନୁମତି ମିଳିଛି।

Related Articles

Leave a Reply

Your email address will not be published. Required fields are marked *

Back to top button