ବିବିସି ଅଫିସ ଉପରେ ଆଇଟି ଚଢ଼ାଉ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବିବାଦୀୟ ଡକ୍ୟୁମେଂଟାରୀ ସିନେମା କରି ଅଡୁଆରେ ପଡ଼ି ଯାଇଛି ବିବିସି । ଏହାକୁ ନେଇ କେନ୍ଦ୍ର ସରକାର ଖପ୍ପା ଥିବାବେଳେ ଆଜି ବିବିସିର ମୁମ୍ବାଇ ଓ ନୂଆଦିଲ୍ଲୀ ଅଫିସ ଉପରେ ଚଢ଼ାଉ କରାଯାଇଛି  ।  ଆଜି ସକାଳୁ ସକାଳୁ ଆଇଟି ଅଧିକାରୀମାନେ ବିବିସିର ଦୁଇ ପ୍ରମୁଖ ସହରରେ ଥିବା ଅଫିସ ଉପରେ ଚଢ଼ାଉ କରିଥିଲେ । ଟିଭି ରିପୋର୍ଟ ଅନୁସାରେ, ଆଇଟି ଅଧିକାରୀମାନେ ଅଫିସରେ ଚଢ଼ାଉ କରିବା ବେଳେ କର୍ମଚାରୀମାନଙ୍କର ମୋବାଇଲ ସିଜ କରିଥିଲେ । ଏମିତିକି କେତେକ କର୍ମଚାରୀଙ୍କୁ ଘରକୁ ଯିବା ପାଇଁ କୁହାଯାଇଥିଲା । ସୂଚନାଯୋଗ୍ୟଯେ, ମୋଦିଙ୍କ ଉପରେ ବିବିସି ଏକ ଡକ୍ୟୁମେଂଟାରୀ କରିଥିଲା  । ଉକ୍ତ ଡକ୍ୟୁମେଂଟାରୀରେ ଗୁଜୁରାଟ ଦଙ୍ଗା କଥା ଉଲ୍ଳେଖ କରାଯିବା ସହ ମୋଦିଙ୍କୁ ଖଳନାୟକ ଭାବେ ଚିତ୍ରଣ କରାଯାଇଥିଲା  । ଏହି ମାମଲାରେ ମୋଦି କ୍ଲିନଚିଟ ପାଇଯାଇଥିଲେବି ବିବିସି ତାଙ୍କୁ ଅନ୍ୟ ଭାବେ ଚିତ୍ରଣ କରିଥିବାରୁ କେନ୍ଦ୍ର ସରକାର ଖପ୍ପା ହୋଇଯାଇଥିଲେ  । ଏନେଇ କେନ୍ଦ୍ର ସରକାର ବିବିସିକୁ ପ୍ରତିବାଦ ଜଣାଇଥିଲେ  ।

Related Articles

Leave a Reply

Your email address will not be published.

Back to top button