ଘରୋଇ ଉଦ୍ୟୋଗରେ ପ୍ରଥମଥର ନିର୍ମିତ, ଶ୍ରୀହରିକୋଟାରେ ଲଞ୍ଚ୍‌ପ୍ୟାଡ୍ ଉଦ୍‌ଘାଟିତ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ସ୍ପେସ୍ ସେଣ୍ଟରରେ ଘରୋଇ ଉଦ୍ୟୋଗରେ ପ୍ରଥମଥର ନିର୍ମିତ ହୋଇଥିବା ଲଞ୍ଚ୍‌ପ୍ୟାଡ୍ ଓ ମିଶନ କଣ୍ଟ୍ରୋଲ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି । ଗତ ୨୫ରେ ଇସ୍ରୋ ଅଧ୍ୟକ୍ଷ ଜି.ସୋମନାଥ ଏହି ଲଞ୍ଜ୍‌ପ୍ୟାହ୍ ଓ ମିଶନ କଣ୍ଟ୍ରୋଲ ସେଣ୍ଟରକୁ ଉଦ୍‌ଘାଟନ କରିଛନ୍ତି । ମାଡ୍ରାସ ଆଇଆଇଟି ଦ୍ୱାରା ପ୍ରସ୍ତୁତ ଏହି ଡିଜାଇନ୍‌କୁ ଅଗ୍ନିକୁଳ କସ୍‌ମସ୍ ସଂସ୍ଥା ନିର୍ମାଣ କରିଛି । ଚଳିତବର୍ଷ ଶେଷ ସୁଦ୍ଧା ଏହି ନୂତନ ଲଞ୍ଜ୍‌ପ୍ୟାଡ୍‌ରୁ ଅଗ୍ନିବାଣ ରକେଟ୍ ଉତ୍‌କ୍ଷେପଣ କରାଯିବ । ଏହାଦ୍ୱାରା ଶ୍ରୀହରିକୋଟାର ଦୁଇଟି ଲଞ୍ଚ୍‌ପ୍ୟାଡ୍‌ରୁ ରକେଟ ଉତ୍‌କ୍ଷେପଣ କରାଯାଇପାରିବ ।

Related Articles

Leave a Reply

Your email address will not be published.

Back to top button