ସମ୍ପର୍କ ସ୍ୱାଭାବିକ କରିବା ପାଇଁ ଏଲ୍.ଏ.ସିକୁ ସମ୍ମାନ ଦେବା ଆବଶ୍ୟକ: ଚୀନ ରାଷ୍ଟ୍ରପତିଙ୍କୁ କହିଲେ ପିଏମ ମୋଦୀ

ନୂଆଦିଲ୍ଲୀ: ୧୫ ତମ ବ୍ରିକ୍ସ ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛନ୍ତି। ଗୁରୁବାର ଦିନ ଜୋହାନ୍ସବର୍ଗରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପରସ୍ପର ସହ କଥାବାର୍ତ୍ତା ହୋଇଥିବା ଦେଖିବାକୁ ମିଳିଥିଲା। ଦୁଇ ନେତାଙ୍କ ମଧ୍ୟରେ କୌଣସି ଆନୁଷ୍ଠାନିକ ବୈଠକ ହୋଇନଥିଲା, ବରଂ ଉଭୟ ନେତା ଚାଲିବା ସମୟରେ ପରସ୍ପର ସହ କଥାବାର୍ତ୍ତା ହେଉଥିଲେ। ବୈଦେଶିକ ସଚିବ ବିନୟ କ୍ୱାତ୍ରା କହିଛନ୍ତି ଯେ, ବ୍ରିକ୍ସ ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଆଲୋଚନା କରିଛନ୍ତି। ଉଭୟ ନେତା ସେମାନଙ୍କର ସମ୍ପୃକ୍ତ ଅଧିକାରୀମାନଙ୍କୁ ଶୀଘ୍ର ବିବାଦ ହ୍ରାସ କରିବା ପାଇଁ ଉଦ୍ୟମ ଜୋରଦାର କରିବାକୁ ନିର୍ଦ୍ଦେଶ ଦେବାକୁ ରାଜି ହୋଇଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏଲ୍.ଏ.ସି ର ସମାଧାନ ହୋଇନଥିବା ପ୍ରସଙ୍ଗଗୁଡିକ ବିଷୟରେ ଅବଗତ କରିଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ-ଚୀନ୍ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ସୀମା ଅଞ୍ଚଳରେ ଶାନ୍ତି ବଜାୟ ରଖିବା ଏବଂ ଏଲ୍.ଏ.ସି କୁ ସମ୍ମାନ ଦେବା ଆବଶ୍ୟକ।

Related Articles

Leave a Reply

Your email address will not be published.

Back to top button