ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା

ନୂଆଦିଲ୍ଲୀ: ଆଜି କର୍ଣ୍ଣାଟକର ନବନିର୍ବାଚିତ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ସଂସଦ ଭବନରେ ଆଜି ସକାଳେ ସେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ତେବେ ଏହି ସାକ୍ଷାତ ସମୟରେ ସେ ପ୍ରଧାନ ମନ୍ତ୍ରୀଙ୍କୁ ଏକ କାରୁକାର୍ଯ୍ୟ ଭରା ହସ୍ତକଳାର ମାଳା ପିନ୍ଧାଇଛନ୍ତି। ଏଥିସହିତ ସେ ଏକ ହସ୍ତକଳାର ସ୍ଥାପତ୍ୟ ମଧ୍ୟ ଉପହାର ଦେଇଛନ୍ତି। ତେବେ ଏହା ଦେବାର କାରଣ ହେଲା ଯେ, ଗତକାଲି ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଜନ୍ମଦିନ ଥିଲା। ଏହି ଉପଲକ୍ଷେ ସେ କଂଗ୍ରେସ ସଭାପତିଙ୍କ ସମେତ ପ୍ରଧାନମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥମନ୍ତ୍ରୀ ସହିତ ବହୁ ମନ୍ତ୍ରୀ ଓ ନେତାଙ୍କୁ ଉପହାର ପ୍ରଦାନ କରିଛନ୍ତି। ଏହା ବଦଳରେ ସମସ୍ତେ ସିଦ୍ଧରମେୟାଙ୍କ ଦୀର୍ଘ ଓ ନିରାମୟ ଜୀବନ କାମନା କରିଛନ୍ତି।

Related Articles

Leave a Reply

Your email address will not be published.

Back to top button