ଶ୍ରେଷ୍ଠ ଅଭିନେତା ତାଲିକାରେ ଜୁନିଅର ଏନଟିଆର; ଆରଆରଆର ପାଇଁ ମିଳିବ ଓସ୍କାର ଆୱାର୍ଡ

ମୁମ୍ବାଇ: ସାଉଥ୍ ଫିଲ୍ମ ଜଗତର ସୁପରଷ୍ଟାର ଜୁନିଅର ଏନଟିଆରଙ୍କୁ ଆପଣ ନିଶ୍ଚୟ ଜାଣିଥିବେ । ଫିଲ୍ମ ‘ଆରଆରଆର’ରେ ତାଙ୍କର ଦମଦାର ଅଭିନୟ ସମସ୍ତଙ୍କ ହୃଦୟ ଜିତିଥିବାବେଳେ, ଏବେ ଜୁନିଅର ଏନଟିଆର ଫ୍ୟାନ୍ସଙ୍କ ପାଇଁ ଆସିଛି ଖୁସି ଖବର । ଓସ୍କାର ୨୦୨୩ ଆୱାର୍ଡ ପାଇଁ ଫିଲ୍ମ ‘ଆରଆରଆର’ ପରେ ଏବେ ଜୁନିଅର ଏନଟିଆର ମଧ୍ୟ ଓସ୍କାର ଆୱାର୍ଡ ଲିଷ୍ଟରେ ଥିବା ଚର୍ଚ୍ଚା ଜୋର ଧରିଛି । ମିଳୁଥିବା ସୂୂଚନା ମୁତାବକ ୯୫ ତମ ଓସ୍କାର ଆୱାର୍ଡରେ ଜୁନିଅର ଏନଟିଆରଙ୍କୁ ଶ୍ରେଷ୍ଠ ଅଭିନେତା ବର୍ଗରେ ନୋମିନେଟ୍ କରାଯାଇପାରେ । ଏକ ପ୍ରତିଷ୍ଠିତ ଇଂରାଜୀ ୱେବସାଇଟ୍ ୟୁଏସ୍ ଟୁଡେର ଦାବି କରିଛି ଯେ, ଆଗକୁ ହେବାକୁ ଥିବା ଓସ୍କାର ଆୱାର୍ଡରେ ଜୁନିଅର ଏନଟିଆରଙ୍କ ନାମ ଶ୍ରେଷ୍ଠ ଅଭିନେତା ବର୍ଗରେ ନୋମିନେଟ୍ କରାଯାଇପାରେ । ତାଙ୍କ ନାଁ ଏହି ରେସରେ ସାମିଲ ହୋଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଫିଲ୍ମ ‘ଆରଆରଆର’ରେ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ନଜର ଆସିଥିବା ଏନଟିଆର କିମ୍ବା ଓସ୍କାର ଆୱାର୍ଡ କମିଟି ତରଫରୁ ଏନେଇ ବିଧିବଦ୍ଧ ଭାବେ କୌଣସି ସୂଚନା ଦିଆଯାଇନାହିଁ । ସୋସିଆଲ୍ ମିଡିଆରେ ଏହି ଖବର ପ୍ରସାରିତ ହେବା ପରେ ଏନଟିଆର ଫ୍ୟାନ୍ସଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି । ଫ୍ୟାନ୍ସମାନେ ଭିନ୍ନ ଭିନ୍ନ ଅନ୍ଦାଜରେ ଜୁନିଅର ଏନଟିଆରଙ୍କୁ ଶୁଭେଚ୍ଛା ଜଣାଇବା ସହ ରିଆକ୍ସନ ଦେଇଛନ୍ତି । କିଛି ଟ୍ୱିଟର ୟୁଜର୍ସ ତାଙ୍କୁ ‘ଆମ ସମୟର ଏକମାତ୍ର ମ୍ୟାନ୍ ଅଫ୍ ମାସ୍’ କହିବା ସହ ଅନ୍ୟ କିଛି ୟୁଜର୍ସ ତାଙ୍କୁ ‘ଭୀମ ଏହାର ହକଦାର’ ବୋଲି କହିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button