ହିମାଚଳରେ ଜିଓ ଟ୍ରୁ ୫ଜିର ଶୁଭାରମ୍ଭ

ମୁମ୍ବାଇ : ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ ମଙ୍ଗଳବାର ରାଜ୍ୟରେ ଜିଓ ଟ୍ରୁ ୫ଜି ସେବାର ଶୁଭାରମ୍ଭ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ହିମାଚଳର ଚାରିଟି ସହର ଯଥା ସିମଳା, ବିଳାସପୁର, ହମିରପୁର ଏବଂ ନାଦାଉଁରେ ଜିଓ ୫ଜି ସେବା ପ୍ରଚଳନ କରାଯାଇଛି । ହିମାଚଳ ବ୍ୟତୀତ ମଙ୍ଗଳବାର ଦେଶର ଆଉ ୧୭ଟି ସହରରେ ଏହି ସେବା ପ୍ରଚଳନ କରାଯାଇଛି । ଏହି ସହରଗୁଡିକ ହେଲା ଅଙ୍କଲେଶ୍ୱର, ସବରକୁଣ୍ଡଲା (ଗୁଜରାଟ), ଛିନ୍ଦୱାଡା, ରତ୍‌ଲାମ, ରେୱା, ସାଗର (ମଧ୍ୟପ୍ରଦେଶ), ଆକୋଲା, ପରଭାନି (ମହାରାଷ୍ଟ୍ର), ଭଟିଣ୍ଡା, ଖାନ୍ନା, ମଣ୍ଡି ଗୋବିନ୍ଦଗଡ (ପଞ୍ଜାବ), ଭିଲୱାଡା, ଶ୍ରୀଗଙ୍ଗାନଗର ଓ ସିକର (ରାଜସ୍ଥାନ), ହଲନିୱାନି-କାଠଗୋଦାମ, ଋଷିକେଶ, ରୁଦ୍ରପୁର (ଉତ୍ତରାଖଣ୍ଡ) । ଫଳରେ ଫେବୃଆରୀ ୧୪ ସୁଦ୍ଧା ଦେଶଣ ୨୫୭ ସହରରେ ଜିଓ ୫ଜି ସେବା ପ୍ରଚଳନ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button