ବିଦେଶରେ ଝାଲମୁଢ଼ି

ଲଣ୍ଡନ ଭଳି ଚାକଚକ୍ୟପୂର୍ଣ୍ଣ ସହରରେ ଆମ ଭାରତୀୟ ଖାଦ୍ୟପାନୀୟର ଭାରି ଆଦର ଦେଖିବାକୁ ମିଳିଛି । ସହରର ପ୍ରତିଟି ଛକରେ ୫-୬ଟି ଭାରତୀୟ ରେସ୍ତୋରାଁ ଖୋଜିଲେ ନିହାତି ପାଇଯିବେ । ସେଠିକା ରାସ୍ତାକଡ଼ ଠେଲାଗାଡ଼ିରେ ଝାଲମୁଢ଼ି ବି ବିକ୍ରି ହେଉଛି । ମଜାର କଥା ହେଲା ଜଣେ ବିଦେଶୀ ରୋଷେୟା ତାଙ୍କ ଫୁଡ଼୍ ଭ୍ୟାନରେ ଏଇ ବ୍ୟବସାୟ ଚଳାଇଛନ୍ତି । ଏଙ୍ଗଲ ଡେନୁନ ନେଦରଲ୍ୟାଣ୍ଡରୁ ରୋଷେଇ ପାଠ୍ୟକ୍ରମ କରି ଲଣ୍ଡନରେ ରେସ୍ତୋରାଁ ଚଲାଇଲେ । କିଛି ବର୍ଷ ତଳେ ସେ ଭାରତ ଆସିଥିଲେ, କଲକାତାରେ ବୁଲିବା ସମୟରେ ଝାଲମୁଢ଼ି ଖାଇଲେ । ଏହାର ସ୍ୱାଦ ତାଙ୍କୁ ଖୁବ ଭଲ ଲାଗିଥିଲା । ଲଣ୍ଡନ ଫେରି ତାଙ୍କ ରେସ୍ତୋରାଁ ମେନୁରେ ସେ ଝାଲମୁଢ଼ିକୁ ସ୍ଥାନ ଦେଲେ । ତା’ ସହ ନିଜେ ସାଇକେଲ ଧରି ସେଠାକାର ରାସ୍ତାକଡ଼ରେ ଝାଲମୁଢ଼ି ଠେଲା ଲଗାଇଛନ୍ତି । ତାଙ୍କ ଠେଲା ଗାଡ଼ିର ନାଁ ହେଉଛି ‘ଝାଲମୁଢ଼ି ଏକ୍ସପ୍ରେସ’ । ପ୍ରତିଦିନ ୨୦୦-୩୦୦ ଗରାଖ ତାଙ୍କ ତିଆରି ଝାଲମୁଢ଼ି ଖାଇବାକୁ ଆସୁଛନ୍ତି ।

Related Articles

Leave a Reply

Your email address will not be published.

Back to top button