ଜଲନ୍ଧର ଉପ-ନିର୍ବାଚନ: କଂଗ୍ରେସକୁ ହରାଇ ଲୋକସଭାରେ ପ୍ରବେଶ କଲା ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ପଞ୍ଜାବର ଜଲନ୍ଧର ଲୋକସଭା ଆସନ ପାଇଁ ଉପ-ନିର୍ବାଚନରେ ​​ଆମ୍ ଆଦମୀ ପାର୍ଟି (ଆପ୍) ଏକ ବଡ଼ ବିଜୟ ହାସଲ କରିଛି। ଆମ୍ ଆଦମୀ ପାର୍ଟି ପ୍ରାର୍ଥୀ ସୁଶୀଲ ରିଙ୍କୁ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ କରମଜିତ୍ କୌର ଚୌଧୁରୀଙ୍କୁ ପରାସ୍ତ କରିଛନ୍ତି। ଏହି ବିଜୟ ଉପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପାର୍ଟି ମୁଖ୍ୟାଳୟରେ କହିଛନ୍ତି ଯେ, ଆଜି ଆପ୍ ଲୋକସଭାରେ ପ୍ରବେଶ କରିଛି, ଦେଶର ଜନତା ଚାହିଁଲେ….।” ନିର୍ବାଚନ ଆୟୋଗଙ୍କ ୱେବସାଇଟ୍ ଅନୁଯାୟୀ ବହୁଜନ ସମାଜ ପାର୍ଟି (ବିଏସପି) ସମର୍ଥିତ ଶିରୋମଣୀ ଅକାଳୀ ଦଳ (ଏସଏଡି) ପ୍ରାର୍ଥୀ ସୁଖବିନ୍ଦର କୁମାର ସୁଖୀ ତୃତୀୟ ସ୍ଥାନରେ ଥିବାବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ଇନ୍ଦର ଇକବାଲ ସିଂ ଅଟୱାଲ ଚତୁର୍ଥ ସ୍ଥାନରେ ଅଛନ୍ତି। ଏହି ଆସନ ପାଇଁ ଉପ-ନିର୍ବାଚନ ମେ ୧୦ ତାରିଖରେ ଅନୁଷ୍ଠିତ ହୋଇଥିଲା। ଭୋଟ ଗଣତି ସକାଳ ଆଠଟାରୁ ଆରମ୍ଭ ହୋଇଥିଲା। ଜାନୁଆରୀରେ କଂଗ୍ରେସ ସାଂସଦ ସାନ୍ତୋଖ ସିଂ ଚୌଧୁରୀଙ୍କ ମୃତ୍ୟୁ ହେତୁ ଏହି ଆସନ ଖାଲି ପଡିଥିଲା। କରମଜିତ କୌର ହେଉଛନ୍ତି ସ୍ୱର୍ଗତ କଂଗ୍ରେସ ନେତାଙ୍କ ପତ୍ନୀ। ଉପ-ନିର୍ବାଚନରେ ​​୧୯ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିଲେ। ଏହି ଆସନ ପାଇଁ ୫୪.୭୦ ପ୍ରତିଶତ ମତଦାନ ହୋଇଥିଲା, ଯାହା ୨୦୧୯ ଲୋକସଭା ନିର୍ବାଚନରେ ​​ରେକର୍ଡ ହୋଇଥିବା ୬୩.୦୪ ପ୍ରତିଶତ ତୁଳନାରେ ବହୁତ କମ୍ ଅଟେ।

Related Articles

Leave a Reply

Your email address will not be published.

Back to top button