କୋର୍ଟରେ ଜମାହେଲା ଜ୍ୟାକ୍‌ଲିନ୍ ପାସ୍‌ପୋର୍ଟ

ନୂଆଦିଲ୍ଲୀ : ମହାଠକ ସୁକେଶ ଚନ୍ଦ୍ରଶେଖର ସହ ଜନିତ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ଗୁରୁବାର ପତିଆଲା ହାଉସ୍ କୋର୍ଟରେ ଜ୍ୟାକ୍‌ଲିନ୍ ଫର୍ଣ୍ଣାଣ୍ଡିଜ୍‌ଙ୍କ ଓକିଲ ତାଙ୍କ ପାସ୍‌ପୋର୍ଟ ଜମା କରିଛନ୍ତି । ଏହି ଅବସରରେ ଜ୍ୟାକ୍‌ଲିନ୍‌ଙ୍କ ଓକିଲ କୋର୍ଟଙ୍କୁ କହିଥିଲେ, ସେ ବିଦେଶ ଯାତ୍ରାରୁ ଫେରିଆସିଛନ୍ତି ଏବଂ ପାସ୍‌ପୋର୍ଟ କୋର୍ଟରେ ଜମା କରୁଛନ୍ତି । ଏହି ମାମଲାରେ କୋର୍ଟ ଅନ୍ୟ ତିନିଜଣ ଅଭିଯୁକ୍ତଙ୍କ ଜେଲ୍ ଅବଧି ବୃଦ୍ଧି କରିଛନ୍ତି । ମାମଲାରେ ଆଜି ସୁକେଶକୁ ମଧ୍ୟ କୋର୍ଟରେ ହାଜର କରାଯାଇଥିଲା । ଅନ୍ୟପକ୍ଷରେ ପରବର୍ତ୍ତୀ ଶୁଣାଣି ମଧ୍ୟରେ ଏଫ୍‌ଏସ୍‌ଏଲ୍ ରିପୋର୍ଟ ଦାଖଲ ପାଇଁ କୋର୍ଟ ଇଡିକୁ ନିର୍ଦ୍ଦେଶ ଦେଇଛନ୍ତି । ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ୍ ୫ ତାରିଖରେ ହେବ ।

Related Articles

Leave a Reply

Your email address will not be published.

Back to top button