ମୁଦ୍ରାସ୍ଫୀତି ମାର୍ଚ୍ଚରେ ୫%କୁ କିମବ

ନୂଆଦିଲ୍ଲୀ : ଦେଶର ଖୁଚୁରା ମୁଦ୍ରାସ୍ଫୀତି ଆଗାମୀ ଦିନରେ ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟ ସର୍ବୋଚ୍ଚ ସୀମା ୬ ପ୍ରତିଶତ ମଧ୍ୟରେ ରହିବ । ମାର୍ଚ୍ଚ ମାସ ବେଳକୁ ମୁଦ୍ରାସ୍ଫୀତି ୫ ପ୍ରତିଶତକୁ ହ୍ରାସ ପାଇବ । ଭାରତୀୟ ଷ୍ଟେଟ ବ୍ୟାଙ୍କର ସଦ୍ୟତମ ଇକୋରାପ୍‌ ରିପୋର୍ଟରେ କୁହାଯାଇଛି । ୨୦୨୩ଜାନୁଆରି-ମାର୍ଚ୍ଚର ହାରାହାରି ଖୁଚୁରା ମୁଦ୍ରାସ୍ଫୀତି ୪.୭ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ତେବେ ପରିସଂଖ୍ୟାନ ମନ୍ତ୍ରଣାଳୟ ପକ୍ଷରୁ ଗତ ଗୁରୁବାର ପ୍ରକାଶ ପାଇଥିବା ରିପୋର୍ଟରେ ଅନୁଯାୟୀ, ଡିସେମ୍ବର ମାସର ଖୁଚୁରା ମୁଦ୍ରାସ୍ଫୀତି ୫.୭୨ ପ୍ରତିଶତକୁ ହ୍ରାସ ପାଇଛି । ଏହାପୂର୍ବରୁ ଗତ ଅକ୍ଟୋବରରେ ଖୁଚୁରା ମୁଦ୍ରାସ୍ଫୀତି ୬.୭୭ ପ୍ରତିଶତ ଥିବାବେଳେ ନଭେମ୍ବରରେ ଏହା ୫.୮୮ପ୍ରତିଶତକୁ କମିଥିଲା । ଅକ୍ଟୋବର ମାସ ପର୍ଯ୍ୟନ୍ତ ୯ମାସ ଧରି ଖୁଚୁରା ମୁଦ୍ରାସ୍ଫୀତି ୬ ପ୍ରତିଶତ ଉପରେ ରହିଥିଲା । ଏହା ହିଁ ରିଜର୍ଭ ବ୍ୟାଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲିଟିଥିଲା । ମୁଦ୍ରାସ୍ଫୀତିକୁ ନିୟନ୍ତ୍ରଣ  କରିବା ପାଇଁ ରିଜର୍ଭ ବ୍ୟାଙ୍କ ଗତବର୍ଷ ମେ’ ମାସରୁ ବର୍ତ୍ତମାନ ସୁଦ୍ଧା ରେପୋ ହାରରେ ୨.୨୫ପ୍ରତିଶତ ବୃଦ୍ଧି କରିଛି । ଫଳରେ ରେପୋ ହାର ଏବେ ୬.୨୫ପ୍ରତିଶତରେ ରହିଛି ଶେଷଥର ପାଇଁ ଗତ ଡିସେମ୍ବର ୭ ତାରିଖରେ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟିରେପୋ ହାରରେ ୦.୩୫ପ୍ରତିଶତ ବୃଦ୍ଧି କରିଥିଲା । ନଭେମ୍ବର ଏବଂ ଡିସେମ୍ବର ମାସର ମୁଦ୍ରାସ୍ଫୀତି ୬ପ୍ରତିଶତ ତଳେ ରହିବା ଏବଂ କ୍ରମାଗତ ଡିସେମ୍ବର ମାସର ମୁଦ୍ରାସ୍ଫୀତି ୬ ପ୍ରତିଶତ ତଳେ ରହିବା ଏବଂ କ୍ରମାଗତଭାବେ ହ୍ରାସ ପାଇବା ଦ୍ୱାରା ଆଗାମୀ ଦିନରେ ରିଜର୍ଭ ବ୍ରାଙ୍କ ସୁଧ ହାର ବୃଦ୍ଧି ନେଇ ମାପଚୁପ ପଦକ୍ଷେପ ନେବ ବୋଲି ଅନୁମାନ କରାଯାଉଛି । ଆସନ୍ତାମାସ ୬ ତାରିଖରୁ ୮ତାରିଖ ପର୍ଯ୍ୟନ୍ତ ମୁଦ୍ରା ନୀତିକମିଟିର ପରବର୍ତ୍ତୀ ବୈଠକ ହେବ ।

Related Articles

Leave a Reply

Your email address will not be published.

Back to top button