ଜୟପୁର ଏକ୍ସପ୍ରେସ ଟ୍ରେନରେ ଆଖିବୁଜା ଗୁଳି ଚାଲଣା: ଜଣେ ଏଏସଆଇ ଏବଂ ୨ ଯାତ୍ରୀଙ୍କ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର ପାଲଘରର ଜୟପୁର ଏକ୍ସପ୍ରେସ ଟ୍ରେନରେ ଆଖିବୁଜା ଗୁଳି ଚାଲଣା ହେବାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ୪ ଜଣଙ୍କୁ ଗୁଳି କରାଯାଇଛି। ତିନି ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନି ଜଣଙ୍କ ମଧ୍ୟରେ ଜଣେ ଏଏସଆଇ ଏବଂ ଦୁଇ ଜଣ ଯାତ୍ରୀ ଅଛନ୍ତି। ଆଜି ସକାଳ ପ୍ରାୟ ୫ ଟାରେ ଏହି ଘଟଣା ଘଟିଛି। ପାଲଘର ଏବଂ ମୁମ୍ବାଇ ମଧ୍ୟରେ ଦହିସରରେ ଏହି ଗୁଳି ଚାଲଣା ହୋଇଛି। ଗୁଳି ଚଳାଇଥିବା ପୋଲିସ କନଷ୍ଟେବଳ ମୀରା ରୋଡ ନିକଟରେ ଧରାପଡିଛନ୍ତି। କୁହାଯାଉଛି ଯେ, କନଷ୍ଟେବଳ ମାନସିକ ଚାପରେ ପୀଡିତ ଥିଲେ।

Related Articles

Leave a Reply

Your email address will not be published.

Back to top button