୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ର ହେବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ନେତୃତ୍ୱରେ ସରକାର ୨୦୪୭ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ଭାରତ ଏହି ଲକ୍ଷ୍ୟ ହାସଲ କରିବାକୁ ସକ୍ଷମ ହେବ କି ନାହିଁ? ଯେତେବେଳେ ପୂର୍ବତନ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ଏ ବିଷୟରେ ପଚରାଗଲା, ସେତେବେଳେ ସେ କହିଥିଲେ ଯେ, ମଜବୁତ ଅର୍ଥନୈତିକ ଅଭିବୃଦ୍ଧି ନେଇ ଏକ ପ୍ରକାର ପ୍ରଚାର କରାଯାଉଛି, ଯାହା ଏକ ବଡ ଭୁଲ କରୁଛି। ରଘୁରାମ ରାଜନଙ୍କ କହିବାନୁସାରେ, “ଦେଶରେ ଅନେକ ଗଠନମୂଳକ ସମସ୍ୟା ଅଛି, ଯାହାକୁ ସମାଧାନ କରିବା ଆବଶ୍ୟକ। ବର୍ତ୍ତମାନର ସବୁଠାରୁ ବଡ଼ ଆହ୍ଵାନ ହେଉଛି ଶିକ୍ଷା ଏବଂ ଶ୍ରମିକମାନଙ୍କ ଦକ୍ଷତା ସେଟରେ ଉନ୍ନତି ଆଣିବା।” ‘ବ୍ଲୁମବର୍ଗ’ ସହିତ ବାର୍ତ୍ତାଳାପରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଏହା ମଧ୍ୟ ଦାବି କରିଛନ୍ତି ଯେ, ୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ଦେଶ ହୋଇପାରିବ ନାହିଁ। ଯଦି ଅନେକ ପିଲା ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା ଗ୍ରହଣ କରିପାରୁ ନାହାଁନ୍ତି ଏବଂ ଅଧାରୁ ଶିକ୍ଷା ଛାଡିବା ହାର ବୃଦ୍ଧି ପାଉଛି, ତା’ହେଲେ ଏହିପରି ଏକ ଲକ୍ଷ୍ୟ ବିଷୟରେ କଥାବାର୍ତ୍ତା କରିବା ସମ୍ପୂର୍ଣ୍ଣ “ମୂଲ୍ୟହୀନ”।

Related Articles

Leave a Reply

Your email address will not be published.

Back to top button