ବାଂଲାଦେଶକୁ ବଡ ଝଟକା ଦେଲା ଭାରତ: ହମ୍ମଦ ୟୁନୁସଙ୍କୁ BIMSTEC ରେ ଭେଟିବାକୁ ମନା କଲେ ପିଏମ ମୋଦୀ

ନୂଆଦିଲ୍ଲୀ: ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ବାଂଲାଦେଶକୁ ଭାରତ ଏକ ବଡ ଝଟକା ଦେଇଛି। ହିନ୍ଦୁସ୍ତାନ ଟାଇମ୍ସ ସୂତ୍ରର ସୂତ୍ରରୁ ପ୍ରକାଶ ଯେ, ବ୍ୟାଙ୍କକରେ ଅନୁଷ୍ଠିତ ହେବାକୁ ଥିବା BIMSTEC ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ଅନ୍ତରୀଣ ସରକାରୀ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ମଧ୍ୟରେ ଦ୍ୱିପାକ୍ଷିକ ବୈଠକ କରିବାକୁ ମନା କରିଦେଇଛି। ବାସ୍ତବରେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବାଂଲାଦେଶର ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ ଆସନ୍ତା ମାସ ୨-୪ ଏପ୍ରିଲରେ ହେବାକୁ ଥିବା BIMSTEC ଶିଖର ସମ୍ମିଳନୀରେ ଭାଗ ନେବାକୁ ଯାଉଛନ୍ତି। ଏହି ଅବଧି ମଧ୍ୟରେ ଏହା ପ୍ରଥମ ଥର ହେବ ଯେତେବେଳେ ପିଏମ ମୋଦୀ ଏବଂ ୟୁନୁସ ବହୁପକ୍ଷୀୟ କାର୍ଯ୍ୟକ୍ରମରେ ମୁହାଁମୁହିଁ ହେବେ। କିନ୍ତୁ ଏହି ଶିଖର ସମ୍ମିଳନୀରେ ଉଭୟ ଦେଶର ବରିଷ୍ଠ ନେତାଙ୍କ କୌଣସି ଦ୍ୱିପାକ୍ଷିକ ବୈଠକ ହେବ ନାହିଁ। BIMSTEC ଶିଖର ବୈଠକରେ ଭାରତ ଏବଂ ବାଂଲାଦେଶର ବରିଷ୍ଠ ନେତାଙ୍କ ମଧ୍ୟରେ ବୈଠକ ପାଇଁ ବାଂଲାଦେଶ ଅନୁରୋଧ କରିଥିଲା। ବାଂଲାଦେଶର ଅନ୍ତରୀଣ ସରକାରଙ୍କ ବୈଦେଶିକ ବ୍ୟାପାର ପରାମର୍ଶଦାତା ତାହିଦ୍ ହୁସେନ୍ ଏହା ନିଶ୍ଚିତ କରିଛନ୍ତି।