ଜେଲରୁ ମୁକୁଳିଲେ ଇମ୍ରାନ ଖାନ

ନୂଆଦିଲ୍ଲୀ: ବେଆଇନ ଭାବେ ଗିରଫ ହୋଇଥିବା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜେଲରୁ ମୁକୁଳିଛନ୍ତି ।  ପାକିସ୍ତାନର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଅଲ-କାଦିର ଟ୍ରଷ୍ଟ ମାମଲାରେ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ଇମ୍ରାନ ଖାନଙ୍କୁ ଗିରଫ କରିବା ବେଆଇନ ଅଟେ। ସୂଚନା ଅନୁଯାୟୀ, ସରକାରଙ୍କ ଯୁକ୍ତିକୁ ପ୍ରତ୍ୟାଖ୍ୟାନ କରି ଇମ୍ରାନ ଖାନଙ୍କୁ ତୁରନ୍ତ ମୁକ୍ତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ଆଜି ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି ଗିରଫଦାରୀର ମୂଳଦୁଆ ବେଆଇନ, ତେବେ ଏହା ଉପରେ ଏକ ସଂରଚନା ନିର୍ମାଣ କରାଯାଇପାରିବ ନାହିଁ। ଆଜି ପୁଣିଥରେ ଇସଲାମାବାଦ ହାଇକୋର୍ଟଙ୍କ ନିକଟକୁ ଯିବାକୁ ଇମ୍ରାନ ଖାନଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। ସୁପ୍ରିମକୋର୍ଟ ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାକୁ କହିଛନ୍ତି। ପାକିସ୍ତାନର ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଥିଲେ। ଶୁଣାଣି ସମୟରେ ବିଚାରପତି କହିଛନ୍ତି ଯେ ଭବିଷ୍ୟତ ପାଇଁ କୋର୍ଟ ଏକ ଉଦାହରଣ ସୃଷ୍ଟି କରିବାର ସମୟ ଆସିଛି। ସେ କହିଛନ୍ତି ଯେ ଇମ୍ରାନ ଖାନଙ୍କୁ ଯେଉଁଭଳି ଭାବେ ଗିରଫ କରାଯାଇଥିଲା ତାହା ସହ୍ୟ କରାଯାଇପାରିବ ନାହିଁ।

Related Articles

Leave a Reply

Your email address will not be published.

Back to top button