ଇମ୍ରାନ ଖାନଙ୍କୁ ଆତଙ୍କବାଦ ମାମଲାରେ ମିଳିଲା ଆଗୁଆ ଜାମିନ

ଇସଲାମବାଦ: ପାକ୍ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଲା ଆଗୁଆ ଜାମିନ । ୩ଟି ଆତଙ୍କବାଦ ମାମଲାରେ ଏକ ପାକିସ୍ତାନୀ ଆତଙ୍କବାଦ ବିରୋଧୀ କୋର୍ଟ ଆସନ୍ତା ଏପ୍ରିଲ ୪ତାରିଖ ପର୍ଯ୍ୟନ୍ତ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଇମ୍ରାନଙ୍କ ବିରୋଧରେ ଲାହୋର ପୋଲିସ ୩ଟି ଆତଙ୍କବାଦ ମାମଲା ରୁଜୁ କରିଥିବା ବେଳେ ଗିରଫ ପୂର୍ବରୁ ଇମ୍ରାନ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ । ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ମିଥ୍ୟା ବୋଲି କହିଛନ୍ତି ଇମ୍ରାନ ।

ଖାନ କୋର୍ଟରେ ହାଜର ହୋଇ ଆତଙ୍କବାଦ ବିରୋଧୀ କୋର୍ଟର ବିଚାରପତି ଇଜାଜ ଅହମ୍ମଦ ବୁଟ୍ଟାରଙ୍କୁ କହିଥିଲେ ଯେ ତାଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ମିଥ୍ୟା । ତଥାପି ସେ ତଦନ୍ତରେ ସହଯୋଗ କରିବାକୁ ଚାହୁଁଛନ୍ତି । ଏହି ଉଦ୍ଦେଶ୍ୟରେ ଗିରଫ ପୂର୍ବରୁ ସେ ଆଗୁଆ ଜାମିନ ଆବେଦନ କରିଥିଲେ । ଏନେଇ କୋର୍ଟ ପକ୍ଷରୁ ଜାତୀୟ ଗଣମାଧ୍ୟମ ସଂସ୍ଥାକୁ ସୂଚନା ଦିଆଯାଇଛି । ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଆଗୁଆ ଜାମିନ ଆବେଦନର ଶୁଣାଣି କରିବା ପୂର୍ବରୁ କୋର୍ଟର ସମସ୍ତ ଶୁଣାଣି ତାରିଖରେ ହାଜର ହେବାକୁ ଖାନଙ୍କୁ କହିଥିଲେ ବିଚାରପତି ।

ଜାମିନ ଆବେଦନର ଶୁଣାଣି ସମୟରେ ଶନିବାର ନିଜ ସମର୍ଥକଙ୍କ ସହିତ କୋର୍ଟରେ ପହଞ୍ଚିଥିଲେ ଖାନ । ଏଣୁ ଆଗକୁ ଏଭଳି ଭାରି ସଂଖ୍ୟାରେ ସମର୍ଥକଙ୍କୁ ଧରି କୋର୍ଟ ଆସିବାକୁ ବାରଣ କରିଥିଲେ ବିଚାରପତି । ଯଦି କୋର୍ଟଙ୍କ ଏହି ନିର୍ଦ୍ଦେଶକୁ ସେ ଅବମାନନା କରି ଅଧିକ ସଂଖ୍ୟକ ସମର୍ଥକଙ୍କ ସହିତ କୋର୍ଟରେ ହାଜର ହୁଅନ୍ତି, ତେବେ ଉକ୍ତ ଦିନ କୋର୍ଟରେ ମାମଲାର ଶୁଣାଣି ହେବ ନାହିଁ ବୋଲି ଚେତାବନୀ ଦେଇଛନ୍ତି ବିଚାରପତି ।

Related Articles

Leave a Reply

Your email address will not be published.

Back to top button