ଏସି-ଏସଟି ଆକ୍ଟ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଦେଓ୍ବାନୀ ବା ଜମିବାଡ଼ି ବିବାଦ ମାମଲାରେ ଲାଗୁ ହେବ ନାହିଁ ଏସି-ଏସଟି ଆକ୍ଟ। ଏନେଇ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି ସର୍ବୋଚ୍ଚ ଅଦାଲତ। ଅନୁସୂଚିତ ଜାତି ଓ ଜନଜାତି ସମୁଦାୟର ଲୋକ ଜମିବାଡ଼ି ବିବାଦକୁ ନେଇ କୌଣସି ଉଚ୍ଚ ଜାତିର ଲୋକଙ୍କ ଉପରେ ଏସି-ଏସଟି ଅଧିନିୟମ ଆଇନକୁ ଅସ୍ତ୍ର କରି ପାରିବେ ନାହିଁ । ରବିବାର ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି ଏଭଳି ରାୟ ସର୍ବୋଚ୍ଚ ଅଦାଲତ। ସୂଚନାଥାଉକି, ତାମିଲନାଡୁ ଇଗମୋର ଜିଲ୍ଲାରେ ରହୁଥିବା ପି. ଭକ୍ତବତ୍ସଳମ୍ ନାମକ ଜଣେ ଅନୁସୂଚିତ ଜାତିର ବ୍ୟକ୍ତି ଏକ ସରକାରୀ ଜମିରେ ଘର ନିର୍ମାଣ କରିଥିଲେ। କିଛି ଉଚ୍ଚ ଜାତି ସମ୍ପ୍ରଦାୟର ଲୋକ ଖାଲି ପଡ଼ିଥିବା ସେହି ସ୍ଥାନରେ ମନ୍ଦିର ନିର୍ମାଣ କରିଥିଲେ। ଅନ୍ୟପଟେ ପି. ଭକ୍ତବତ୍ସଳମ୍ ଘର ନିର୍ମାଣ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା। ପି. ଭକ୍ତବତ୍ସଳମ୍ ମାଟି ତଳେ ଓ ଘରର ପ୍ରଥମ ମହଲା ବେଆଇନ୍ ଭାବେ ନିର୍ମାଣ କରିଥିବା ନେଇ ମନ୍ଦିର ସଂରକ୍ଷକ ମାନେ ଏକ ମାମଲା ରୁଜୁ କରିଥିଲେ। ପରେ ପି. ଭକ୍ତବତ୍ସଳମ୍ ଉଚ୍ଚ ଜାତି ସମ୍ପ୍ରଦାୟ ଲୋକଙ୍କ ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ଅଧିନିୟମ ଆଇନକୁ ଅସ୍ତ୍ର କରି ଏକ ଏତଲା ଦେଇଥିଲେ। ଏହାର ଶୁଣାଣି କରି ଏଗମୋର ଜିଲ୍ଲା କୋର୍ଟ ଅଭିଯୁକ୍ତଙ୍କୁ ସାମନ ପଠାଇଥିଲେ। ଏହାକୁ ଚ୍ୟାଲେଞ୍ଚ କରି ମାଦ୍ରସ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା ଜାତି ସମ୍ପ୍ରଦାୟ। ହେଲେ ହାଇକୋର୍ଟ ଏଥିରେ କୌଣସି ହସ୍ତକ୍ଷେପ କରିନଥିଲେ। ପରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ଉଚ୍ଚ ଜାତି ସମୁଦାୟ। ରବିବାର ମାମଲାର ଶୁଣାଣି ପାଇଁ ଅନୁମତି ଦେଇଛନ୍ତି ଜଷ୍ଟିସ୍ ଏମଆର୍ ଶାହା ଓ କୃଷ୍ଣ ମୁରାରୀଙ୍କ ଦୁଇ ଜଣିଆ ଖଣ୍ଡପୀଠ । ମାମଲାର ଶୁଣାଣି କରି ଉଚ୍ଚ ଜାତି ସମ୍ପ୍ରଦାୟ ଲୋକଙ୍କ ଉପରେ ଜିଲ୍ଲା କୋର୍ଟ ଲଗାଇଥିବା ସମନକୁ ଖାରଜ କରିଛନ୍ତି । ଏହା ସହିତ କୌଣସି ଜମିବାଡ଼ି ବିବାଦରେ ଅନୁସୂଚିତ ଜାତି ଓ ଜନଜାତି ଆଇନ୍ ଲାଗୁହେବ ନାହିଁ ବୋଲି କହିଛନ୍ତି ।