ଦିଲ୍ଲୀର ଶିଶୁ ଯତ୍ନ କେନ୍ଦ୍ରରେ ଭୟାଭୟ ଅଗ୍ନିକାଣ୍ଡ: ୭ ନବଜାତ ଶିଶୁ ମୃତ

ନୂଆଦିଲ୍ଲୀ: ଶନିବାର ବିଳମ୍ବିତ ରାତିରେ ଦିଲ୍ଲୀର ଏକ ଶିଶୁ ଡାକ୍ତରଖାନାରେ ଅଗ୍ନିକାଣ୍ଡରେ ୭ ଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ଅଗ୍ନିଶମ ବିଭାଗର ସୂଚନାନୁସାରେ, ଏହି ଦୁଃଖଦ ଦୁର୍ଘଟଣାରେ ୧୨ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା, ସେଥିମଧ୍ୟରୁ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ୫ ଜଣ ଶିଶୁଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଜଣେ ଭେଣ୍ଟିଲେଟରରେ ଅଛନ୍ତି।  ଅଗ୍ନିଶମ ବିଭାଗ ସୂଚନା ଅନୁଯାୟୀ, ଶନିବାର ଦିନ ରାତି ୧୧.୩୨ ସମୟରେ ପୂର୍ବ ଦିଲ୍ଲୀର ବିବେକ ବିହାରର ଏକ ଶିଶୁ ଯତ୍ନ କେନ୍ଦ୍ରରେ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇବା ପରେ ତୁରନ୍ତ ୯ ଅଗ୍ନିଶମ ବାହିନୀ ଘଟଣାସ୍ଥଳକୁ ପଠାଯାଇଥିଲା। ଅଧିକାରୀ କହିଛନ୍ତି ଯେ, ୧୨ ନବଜାତ ଶିଶୁଙ୍କୁ କୋଠା ଭିତରୁ ଉଦ୍ଧାର କରାଯାଇଥିଲା, କିନ୍ତୁ ଚିକିତ୍ସା ସମୟରେ ୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଏକ ଶିଶୁଙ୍କ ସମେତ ଆଉ ୬ ଜଣ ଶିଶୁ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଡାକ୍ତରଖାନାରେ ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା ମିଳିନାହିଁ। ଦିଲ୍ଲୀ ପୋଲିସ ଏବଂ ଅଗ୍ନିଶମ ବିଭାଗ ଏହି ଘଟଣାର ତଦନ୍ତ କରୁଛନ୍ତି।

Related Articles

Leave a Reply

Your email address will not be published.

Back to top button