ଅମନ ଧାଲିୱାଲଙ୍କ ଉପରେ ଭୟାନକ ଆକ୍ରମଣ

ଆମେରିକା: ଆମେରିକାରେ ପଞ୍ଜାବୀ ଅଭିନେତା ଅମନ ଧାଲିୱାଲଙ୍କୁ  ଛୁରୀରେ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ଧାଲିୱାଲ ମଧ୍ୟ ଗୁରୁତର ଆହତ ହୋଇଛନ୍ତି । ଖବର ଅନୁଯାୟୀ, ‘ଏକ କୁଡି ପଞ୍ଜାବ ଡି’ ଅଭିନେତା ଧାଲିୱାଲଙ୍କ ଉପରେ ଆକ୍ରମଣ ଜିମରେ ବ୍ୟାୟାମ କରୁଥିବା ସମୟରେ ହୋଇଥିଲା । ଆକ୍ରମଣର ପୂରା ଘଟଣା ସେଠାରେ ସ୍ଥାପିତ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା । ଏହି ଆକ୍ରମଣର ଏକ ଭିଡିଓ ମଧ୍ୟ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି । ଧାଲିୱାଲଙ୍କ ଏକ ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ତାଙ୍କ ହାତ ଓ ଶରୀରରେ ବ୍ୟାଣ୍ଡେଜ୍ ଥିବା ଦେଖାଯାଉଛି । ଏହି ଆକ୍ରମଣ ସକାଳ ପ୍ରାୟ ୯:୨୦ ସମୟରେ ଘଟିଥିଲା, ପୋଲିସ ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ।

Related Articles

Leave a Reply

Your email address will not be published.

Back to top button