ମରକ୍କୋ ଭୂମିକମ୍ପରେ ନଷ୍ଟ ହେଲା ଐତିହାସିକ ସହର: ୮୨୦ ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ମରକ୍କୋର ଦକ୍ଷିଣ-ପଶ୍ଚିମ ଭାଗରେ ଶୁକ୍ରବାର ବିଳମ୍ବିତ ରାତିରେବିଳମ୍ବିତ ରାତିରେ ୬.୮ ମ୍ୟାଗ୍ନିଚ୍ୟୁଡର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂମିକମ୍ପରେ ୮୨୦ ଜଣଙ୍କର ମୃତ୍ୟୁ ଘଟିଛି। ମରକ୍କୋରେ ହୋଇଥିବା ଭୂକମ୍ପରେ ଐତିହାସିକ ସହର ମରାକେଶ ପ୍ରଭାବିତ ହୋଇଛି, ଏଠାରେ ଅନେକ ଐତିହାସିକ ଅଟ୍ଟାଳିକା ନଷ୍ଟ ହୋଇଯାଇଛି। ପଶ୍ଚିମ ଆଫ୍ରିକାରେ ଏହି ଦେଶରେ ହୋଇଥିବା ଭୂମିକମ୍ପରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୮ ଥିଲା। ଏହାକୁ ଶକ୍ତିଶାଳୀ ଭୂକମ୍ପ ବର୍ଗରେ ରଖାଯାଇଛି। ଭୂମିକମ୍ପ ଯୋଗୁଁ ମରକ୍କୋରେ ୮୨୦ ଲୋକ ପ୍ରାଣ ହରାଇଥିବାବେଳେ ଆହତଙ୍କ ସଂଖ୍ୟା ୬୭୨ରୁ ଅଧିକ ବୋଲି କୁହାଯାଉଛି। ମରକ୍କୋର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଜିଓଫିଜିକ୍ସର ମୁଖ୍ୟ କହିଛନ୍ତି ଯେ, ଶନିବାର ସକାଳେ ଘଟିଥିବା ଏହି ଭୂମିକମ୍ପ ହେଉଛି ୧୦୦ ବର୍ଷ ମଧ୍ୟରେ ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ।

Related Articles

Leave a Reply

Your email address will not be published.

Back to top button