୭ରେ ସିଜାନ୍‌ଙ୍କ ଜାମିନ ଆବେଦନର ଶୁଣାଣି

ପାଲଘର: ଟିଭି ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା ମାମଲାରେ ଗିରଫ ହୋଇଥିବା ପୂର୍ବତନ ପ୍ରେମିକ ସିିଜାନ୍ ଖାନ୍‌ଙ୍କ ଜାମିନ ଆବେଦନର ଶୁଣାଣି ଚଳିତମାସ ୭ରେ ମହାରାଷ୍ଟ୍ରର ପାଲଘର ଜିଲ୍ଲା ଅନ୍ତର୍ଗତ ଭାସାଇ ସହରର ଏକ କୋର୍ଟରେ ହେବ ବୋଲି ଜଣାପଡିଛି । କେବଳ ସନ୍ଦେହ କାରଣରୁ ତାଙ୍କୁ ଗିରଫ କରାଯାଇଥିବାରୁ ଜାମିନ ଦିଆଯାଉ ବୋଲି ସିଜାନ୍ ତାଙ୍କ ଜାମିନ ଆବେଦନରେ ଉଲ୍ଲେଖ କରିଛନ୍ତି । ଉଭୟ ସିଜାନ୍ ଓ ତୁନିଷା ହିନ୍ଦୀ ସିରିଏଲ ‘ଆଲିବାବା: ଦାସ୍ତାନ୍‌-ଏ-କାବୁଲ’ ପାଇଁ ଏକାଠି ସୁଟିଂ କରୁଥିଲେ । ତେବେ ବ୍ରେକ୍‌ଅପ୍ ପରେ ମାନସିକ ଭାରସାମ୍ୟ ହରାଇଥିବା ତୁନିଷା ଡିସେମ୍ବର ୨୪ରେ ସୁଟିଂ ସେଟ୍‌ରେ ଆତ୍ମହତ୍ୟା କରିଥିଲେ । ପୁଲିସ ୨୫ରେ ସିଜାନ୍‌ଙ୍କ ଗିରଫ କରିଥିଲା ।

Related Articles

Leave a Reply

Your email address will not be published.

Back to top button