ଫୋନରେ ପୋଲିସ ଅଧିକାରୀଙ୍କୁ ଗାଳିଗୁଲଜ କରିବା ନୁହେଁ ଅପରାଧ

ଏର୍ନାକୁଲମ,୧୬।୧୦ : କେରଳ ହାଇକୋର୍ଟ ଜଣେ ୫୧ ବର୍ଷ ବୟସ୍କା ମହିଳାଙ୍କ ବିରୋଧରେ ଫୋନ ଯୋଗେ ଦୁର୍ବ୍ୟବହାର କରିଥିବା ଅଭିଯୋଗର ଶୁଣାଣି କରି କହିଛନ୍ତି ଏହି କାର୍ଯ୍ୟ ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି) ର ଧାରା ୨୯୪(ବି) ଅନୁଯାୟୀ ଅଶ୍ଳୀଳ ଅପରାଧ ନୁହେଁ। ଏହି ଧାରାରେ ମାମଲା ରୁଜୁ ପାଇଁ କେତେକ ଆବଶ୍ୟକତା ରହିଛି। ଏହାର ବିଚାର କରି କେରଳ ହାଇକୋର୍ଟର ଜଷ୍ଟିସ ପି.ଭି କୁହ୍ନିକ୍ରିଷ୍ଣନ କହିଛନ୍ତି ଯଦି କୌଣସି କାର୍ଯ୍ୟ ସର୍ବସାଧାରଣ ସ୍ଥାନରେ କରାଯାଇ ନ ଥାଏ ତେବେ ଏହା ଅଶ୍ଳୀଳ ନୁହେଁ। ଏହି ମାମଲାରେ ମହିଳା କୌଣସି ଅପରାଧ କରିନାହାଁନ୍ତି, ତେଣୁ ମାମଲାକୁ ଖାରଜ କରାଯାଉଛି। ମହିଳା ଜଣକ ତାଙ୍କ ଘର ନିକଟରେ ଶବ୍ଦ ପ୍ରଦୂଷଣ ହେଉଥିବା ଅଭିଯୋଗ କରି ଆଲାପୁଝା ପୋଲିସ ଅଧୀକ୍ଷକଙ୍କ ନିକଟକୁ ଯାଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ ହୋଇଥିଲା।ଆବେଦନକାରୀ ମହିଳା ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ଯୁକ୍ତିତର୍କ କରିଥିଲେ ଏବଂ ତାଙ୍କ ଆଖିରେ ଲୁହ ଆସିଯାଇଥିଲା। ହାଇକୋର୍ଟ ସେମାନଙ୍କ ଯୁକ୍ତି ଶୁଣିବାବେଳେ କହିଛନ୍ତି କୌଣସି ମକଦ୍ଦମାକାରୀ କିମ୍ବା ଓକିଲ କୋର୍ଟରେ ଯୁକ୍ତି କରିବା ଆବଶ୍ୟକ ନାହିଁ, କାରଣ କୋର୍ଟରେ ଏହି ମାମଲାରେ ଯୁକ୍ତି କରିବା ତାଙ୍କର ସାମ୍ବିଧାନିକ ଅଧିକାର। ଆବେଦନକାରୀ କହିଛନ୍ତି ଯେତେବେଳେ ଶବ୍ଦ ପ୍ରଦୂଷଣ ଅସହ୍ୟ ହୋଇପଡିଥିଲା, ସେତେବେଳେ ସେ ତାଙ୍କ ମୋବାଇଲ ଫୋନରେ ଏସଏଚଓକୁ ଫୋନ କରି ତାଙ୍କ ଅଭିଯୋଗର ସ୍ଥିତି ଜାଣିବାକୁ ଚାହିଁଥିଲେ ଏବଂ ଗାଳିଗୁଲଜ କରିଥିଲେ। ହାଇକୋର୍ଟ କହିଛନ୍ତି ଆବେଦନକାରୀ ମହିଳା ଫୋନରେ ଏସଏଚଓ ସହିତ ଯୋଗାଯୋଗ କରିବା ସମୟରେ ଅଶ୍ଳୀଳ ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ତଥାପି, ଯଦିଓ ସେ ଫୋନରେ ଅପମାନଜନକ ଭାଷା ବ୍ୟବହାର କରୁଥିଲେ, ଏହା ଆଇପିସିର ଧାରା ୨୯୪ (ବି) ଅନୁଯାୟୀ ଅଶ୍ଳୀଳ ଅପରାଧର ହେବ ନାହିଁ । ହାଇକୋର୍ଟ କହିଛନ୍ତି ଅଭିଯୋଗରେ ଦର୍ଶାଯାଇଥିବା ଅପମାନଜନକ ଶବ୍ଦ ଆଇପିସିର ଧାରା ଅନୁଯାୟୀ ଅପରାଧର ମାନଦଣ୍ଡ ପୂରଣ କରୁନାହିଁ। ଉକ୍ତ ମହିଳାଙ୍କ ବିରୋଧରେ ଏଫଆଇଆର ଦାଖଲ ହେବାର ଏବଂ ଆଇନ ସୀମା ମଧ୍ୟରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟ ଆଲାପୁଜା ଜିଲ୍ଲା ପୋଲିସ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Related Articles

Leave a Reply

Your email address will not be published.

Back to top button