ପିଆଜ ରପ୍ତାନୀ କଟକଣା ଗୁଜବକୁ ସରକାରଙ୍କ ଖଣ୍ଡନ

ନୂଆଦିଲ୍ଲୀ: ପିଆଜ ରପ୍ତାନୀ ଉପରେ କୌଣସି କଟକଣା ଲାଗୁ କରାଯାଇନାହିଁ ବୋଲି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । କୃତ୍ରିମ ଅଭାବ ପରିସ୍ଥିତି ସୃଷ୍ଟି କରିବାକୁ କିଛି ନ୍ୟସ୍ତସ୍ୱାର୍ଥ ବ୍ୟବସାୟୀ ଏଭଳି ଗୁଜବ ପ୍ରଚାର କରୁଛନ୍ତି ବୋଲି ସରକାରଙ୍କ ତରଫରୁ କୁହାଯାଇଛି । ୨୦୨୨ ଏପ୍ରିଲରୁ ଡିସେମ୍ବର ମଧ୍ୟରେ ବିଦେଶକୁ ୫୨୩.୮ ନିୟୁତ ଡଲାର ମୂଲ୍ୟର ପିଆଜ ରପ୍ତାନୀ କରାଯାଇଛି ବୋଲି ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଅବଶ୍ୟ ପିଆଜ ମଞ୍ଜି ରପ୍ତାନୀ ଉପରେ କଟକଣା ଜାରି କରାଯାଇଥିବା ସରକାର କହିଛନ୍ତି । ପିଆଜ ରପ୍ତାନୀକୁ ନେଇ ଏଭଳି ମିଥ୍ୟା ସମ୍ବାଦ ପ୍ରସାରଣ କରାଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି ।

Related Articles

Leave a Reply

Your email address will not be published.

Back to top button