ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀଙ୍କୁ ଜିନ୍ସ ଓ ମେକଅପ ମନା

ନୂଆଦିଲ୍ଲୀ:  ହରିୟାଣା ସରକାର ହସ୍ପିଟାଲ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ଡ୍ରେସ୍ କୋଡ୍ ଜାରି କରିଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଅନିଲ ବିଜ୍ କହିଛନ୍ତି ଯେ, ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାମ କରୁଥିବା କର୍ମଚାରୀଙ୍କୁ ଏଣିକି ସ୍ୱତନ୍ତ୍ର ପୋଷାକ ପିନ୍ଧିବାକୁ ପଡିବ । ଏହାର ଉଲଙ୍ଘନ କଲେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଖାଲି ଏତିକି ନୁହେଁ କୌଣସି ମହିଳା କର୍ମଚାରୀ ମେକଅପ ନେଇ ପାରିବେ ନାହିଁ କି କେହି ଜିନ୍ସ ପିନ୍ଧି ଆସିପାରିବେ ନାହିଁ । ମନ୍ତ୍ରୀଙ୍କ କହିବା କଥା, ଯେକୌଣସି ଘରୋଇ ହସ୍ପିଟାଲକୁ ଗଲେ ସେଠାରେ ସବୁ ଡାକ୍ତରଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀ ସମସ୍ତେ ଡ୍ରେସ୍ କୋଡରେ ରହୁଛନ୍ତି । ହେଲେ ସରକାରୀ ହସ୍ପିଟାଲରେ ଏହାର ବ୍ୟତୀକ୍ରମ ଘଟୁଛି । ରୋଗୀ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଭିତରେ ଫରକ୍ ଜଣାପଡୁନି । ଏହାଦ୍ୱାରା ଅନେକ ସମୟରେ ବିଭିନ୍ନ ସମସ୍ୟା ସୃଷ୍ଟି ହେଉଥିଲେ ବି ଏହାର ଠିକଣା ଲଗାଯାଇପାରୁନାହିଁ । ତେଣୁ ଏସବୁକୁ ଦୃଷ୍ଟିରେ ରଖି ସରକାରୀ ହସ୍ପିଟାଲରେ ସବୁ କର୍ମଚାରୀଙ୍କ ପାଇଁ ଡ୍ରେସ୍ କୋଡ୍ ବାଧ୍ୟତାମୂଳକ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button