୧୨ ହଜାର କର୍ମଚାରୀଙ୍କୁ ଛଟେଇ କଲା ଗୁଗ୍ଲ

ୱାଶିଂଟନ: ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ ତଥା ଟେକ୍ ଜାଏଣ୍ଟ୍ ଗୁଗ୍ଲ ଇତିମଧ୍ୟରେ ବିଶ୍ୱବ୍ୟାପୀ ୧୨ ହଜାର କର୍ମଚାରୀଙ୍କୁ ଛଟେଇ କରିଥିବା ଜଣାପଡିଛି । ଏହି ଅଭିଯାନରେ ଭାରତରେ କାର୍ଯ୍ୟରତ ଗୁଗ୍ଲ କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି । ନିକଟରେ କମ୍ପାନୀରେ ୫ ବର୍ଷ ପୂରଣ କରିଥିବାରୁ ଗୁଡ୍ଗାଓଁସ୍ଥିତ ଗୁଗ୍ଲ ଇଣ୍ଡିଆର ପ୍ରୋଗ୍ରାମ ମ୍ୟାନେଜର ଆକୃତି ୱାଲିଆ ସାଙ୍ଗସାଥିଙ୍କୁ ପାର୍ଟି ଦେଇଥିଲେ । ତେବେ କିଛିଦିନ ବ୍ୟବଧାନରେ ଗୋଟିଏ ମିଟିଙ୍ଗ୍ ପାଇଁ ପ୍ରସ୍ତୁତ ହେଉଥିବା ଆକୃତି କମ୍ପ୍ୟୁଟର ଖୋଲିବାମାତ୍ରେ ‘ଆକ୍ସେସ୍ ଡିନାଏଡ୍’ ବାର୍ତ୍ତା ସ୍କ୍ରିନ୍ରେ ଦେଖିବାକୁ ପାଇଥିଲେ । ପ୍ରଥମେ ବିଶ୍ୱାସ କରିପାରିନଥିଲେ ସୁଦ୍ଧା ପରେ ତାଙ୍କ ଇ-ମେଲକୁ ଛଟେଇ ବାର୍ତ୍ତା ଆସିଥିଲା । ଅପରପକ୍ଷରେ ସବୁ ଦିଗକୁ ବିଚାର କରାଯିବାପରେ ଏଭଳି ଛଟେଇ ନିଷ୍ପତ୍ତି ନିଆଯାଇଛି ବୋଲି ଗୁଗ୍ଲ ସିଇଓ ସୁନପ୍ଦର ପିଚାଇ କହିଛନ୍ତି ।