୨୬ରୁ କୋଭିଡ୍‌ ନାଜାଲ ଟିକା- ଇନ୍‌କୋ ଭ୍ୟାକ୍ ଶୁଭାରମ୍ଭ

ଭୋପାଳ : ଚଳିତ ମାସ ୨୬ ତାରିଖରୁ ଶୁଭାରମ୍ଭ ହେବ ଭାରତ ବାୟୋଟେକ ପ୍ରସ୍ତୁତ ଦେଶର ପ୍ରଥମ କୋଭିଡ୍‌ ନାଜାଲ(ନାସିକା) ଟିକା- ଇନ୍‌କୋ ଭ୍ୟାକ୍। ଏନେଇ କମ୍ପାନୀ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ କୃଷ୍ଣ ଇଲ୍ଲା ସୂଚନା ଦେଇଛନ୍ତି। ଏହି ଟିକାକୁ ସହଜରେ ଦିଆଯାଇପାରିବ। ଏଥିପାଇଁ ଭାରତ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ପରୀକ୍ଷା ନୀରିକ୍ଷା ପରେ ଅନୁମତି ପ୍ରଦାନ କରାଯାଇଛି। ଭୋପାଳରେ ଇଣ୍ଡିଆନ ଇଣ୍ଟର ନ୍ୟାସନାଲ ସାଇନ୍ସ ଫେଷ୍ଟିଭାଲରେ ଯୋଗଦେବା ଅବସରରେ ଶ୍ରୀ ଇଲ୍ଲା ପିଲାଙ୍କ ସହ ଏନେଇ ଆଲୋଚନା କରିଥିଲେ। ଏହି ସମୟରେ ସେ କହିଛନ୍ତି ଯେ, ଗୋରୁଗାଈଙ୍କଠାରେ ଦେଖା ଯାଉଥିବା ଲମ୍ଫି ଚର୍ମରୋଗର ମୁକାବିଲା ପାଇଁ ଲମ୍ଫି ପ୍ରୋ-ଭ୍ୟାକ୍ସିନ୍‌ ଫେବୃୟାରୀରୁ ଆରମ୍ଭ କରାଯିବ। ଏହାପୂର୍ବରୁ କରୋନାର ମୁକାବିଲା ପାଇଁ କୋଭିଡ୍‌ ନାଜାଲ ଟିକାର ଶୁଭାରମ୍ଭ ହେବ। ଇତିମଧ୍ୟରେ ଭାରତ ସରକାର କୋଭାକ୍ସିନ୍‌ ଓ କୋଭିସିଲ୍ଡ ସମେତ ୫ଟି କୋଭିଡ୍‌ ଟିକାକୁ ଅନୁମତି ଦେଇସାରିଥିବାବେଳେ ଦେଶବ୍ୟାପୀ ୨୧୩ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇସାରିଛି। ସର୍ବାଧିକ କୋଭାକ୍ସିନ୍‌ ଓ କୋଭିସିଲ୍ଡ ଦିଆଯାଇଛି। ପ୍ରଥମ ଓ ଦ୍ବିତୀୟ ପର୍ୟ୍ୟାୟ ସହରରେ କୋଭାକ୍ସିନ୍‌ ଓ ଅନ୍ୟାନ୍ୟ ସହର ଓ ଗ୍ରାମାଞ୍ଚଳରେ କୋଭିସିଲ୍ଡ ଟିକା ଲୋକମାନଙ୍କୁ କେନ୍ଦ୍ର ସରକାର ମାଗଣାରେ ଦେଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button