ଠକେଇ ମାମଲା: ଟିଏମସି ସାଂସଦ ନୁସରତ ଜହାଁଙ୍କୁ ଇଡି କରୁଛି ଜେରା

ନୂଆଦିଲ୍ଲୀ: ଅଭିନେତ୍ରୀରୁ ନେତା ହୋଇଥିବା ତୃଣମୁଲ କଂଗ୍ରେସ ଲୋକସଭା ସାଂସଦ ନୁସରତ ଜହାଁଙ୍କୁ ଇଡି ଜେରା କରୁଛି। କୋଲକାତାର ଇଡି କାର୍ଯ୍ୟାଳୟରେ ହୋଇଥିବା ଠକେଇ ମାମଲାରେ ନୁସରତଙ୍କୁ ଜେରା କରାଯାଉଛି। ଏହା ପୂର୍ବରୁ ନୁସରତ ଜହାଁଙ୍କୁ ଇଡି ଜେରା ପାଇଁ ସମନ ପଠାଇଥିଲା।

ଏକ ସନ୍ଦିଗ୍ଧ କର୍ପୋରେଟ୍ କମ୍ପାନୀର ନିର୍ଦ୍ଦେଶକ ଭାବରେ ତାଙ୍କ ପୂର୍ବ ସଙ୍ଗଠନ ଉପରେ ପ୍ରଶ୍ନ କରିବା ପାଇଁ ଇଡି ନୁସରତଙ୍କୁ ଡକାଇଛି। ଯେଉଁଥିରେ ବରିଷ୍ଠ ନାଗରିକଙ୍କୁ ଉଚିତ ଦରରରେ ଆବାସିକ ଫ୍ଲାଟ ଯୋଗାଇଦେବାକୁ ପ୍ରତିଶୃତି ଦେଇ ଅନେକ କୋଟି ଟଙ୍କାର ଠକେଇ କରାଯାଇଥିଲା। ତୃଣମୂଳ କଂଗ୍ରେସ ବିଧାୟକ ତାପସ ରୟ କହିଛନ୍ତି ଯେ, ଏହି ପ୍ରସଙ୍ଗରେ କେବଳ ନୁସରତ ଜହାଁ ଉତ୍ତର ଦେବାକୁ ସକ୍ଷମ ଅଟନ୍ତି। ଦଳ ପକ୍ଷରୁ କିଛି କହିବାକୁ କିଛି ନାହିଁ।

Related Articles

Leave a Reply

Your email address will not be published.

Back to top button