ବିଜେପି ରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ମୁଖପାତ୍ର ଗୌରବ ବଲ୍ଲଭ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ନେତା ଗୌରବ ବଲ୍ଲଭ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ସେ ଆଜି କଂଗ୍ରେସ ଦଳରୁ ଇସ୍ତଫା ଦେଇଥିଲେ। ତାଙ୍କ ଇସ୍ତଫା ପତ୍ରରେ ସେ କହିଥିଲେ ଯେ କଂଗ୍ରେସ ଦଳ ଭିତରେ ସେ ଠିକ ଅନୁଭବ କରୁନାହାଁନ୍ତି। ନିଜକୁ ସନାତନ ଏବଂ ଶିକ୍ଷକ ବୋଲି ବର୍ଣ୍ଣନା କରି ସେ କହିଥିଲେ ଯେ ସେ ସନାତନ ବିରୋଧୀ ସ୍ଲୋଗାନ ଉଠାଇ ପାରିବେ ନାହିଁ ଏବଂ କଂଗ୍ରେସ ଦଳରେ ନୂତନ ବିଚାର ପାଇଁ ସ୍ଥାନ ନାହିଁ। କଂଗ୍ରେସ ଦଳର ମୁଖପାତ୍ର ଭାବରେ ଗୌରବ ବଲ୍ଲଭ ଅଧିକ ପ୍ରସିଦ୍ଧ ହୋଇଥିଲେ। ଟିଭି ବିତର୍କ ମାଧ୍ୟମରେ ତାଙ୍କର ଲୋକପ୍ରିୟତା ବୃଦ୍ଧି ପାଇଥିଲା, କିନ୍ତୁ ବର୍ତ୍ତମାନ ସେ କଂଗ୍ରେସ ଦଳ ଛାଡି ଭାରତୀୟ ଜନତା ପାର୍ଟିରେ ଯୋଗଦେବାକୁ ନିଷ୍ପତ୍ତି ନେଇଛନ୍ତି।

Related Articles

Leave a Reply

Your email address will not be published.

Back to top button