ବିଦେଶ ସଚିବଙ୍କ କାର୍ଯ୍ୟକାଳ ୧୬ ମାସ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସୋମବାର ବିଦେଶ ସଚିବ ବିନୟ ମୋହନ କ୍ୱାତ୍ରାଙ୍କ କାର୍ଯ୍ୟକାଳ ଆଉ ୧୬ ମାସ ବୃଦ୍ଧି କରିଛନ୍ତି । କ୍ୱାତ୍ରା ଆଗାମୀ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିଥାନ୍ତେ । ବର୍ତ୍ତମାନ କାର୍ଯ୍ୟକାଳ ବୃଦ୍ଧି ହୋଇଥିବାରୁ ୨୦୨୪ ଏପ୍ରିଲ ୩୦ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ ବୋଲି ଜଣାପଡିଛି । ଏହି ପ୍ରସ୍ତାବକୁ କ୍ୟାବିନେଟ୍ ନିଯୁକ୍ତି କମିଟି ଅନୁମୋଦନ କରିଛି । ୧୯୮୮ ବ୍ୟାଚ୍ ଆଇଏଫ୍‌ଏସ୍ ଅଫିସର କ୍ୱାତ୍ରା ଚଳିତବର୍ଷ ମେ’ରେ ବିଦେଶ ସଚିବ ନିିଯୁକ୍ତ ହୋଇଥିଲେ । ଅପରପକ୍ଷରେ କେନ୍ଦ୍ର ସରକାର କ୍ୟାବିନେଟ୍ ସଚିବ ରାଜୀବ ଗୌବାଙ୍କ କାର୍ଯ୍ୟକାଳକୁ ୨୦୨୩ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଥିବାବେଳେ ଚଳିତବର୍ଷ ଦ୍ୱିତୀୟାର୍ଦ୍ଧରେ ର’ ମୁଖ୍ୟ ଅଜୟ କୁମାର ଭାଲ୍ଲା, ଇଡି ନିର୍ଦ୍ଦେଶକ ଏସ.କେ.ମିଶ୍ର ଏବଂ ସିବିଆଇ ସ୍ୱତନ୍ତ୍ର ନିର୍ଦ୍ଦେଶକ ପ୍ରବୀଣ ସିହ୍ନାଙ୍କ କାର୍ଯ୍ୟକାଳ ବୃଦ୍ଧି କରିସାରିଛନ୍ତି ।

Related Articles

Leave a Reply

Your email address will not be published.

Back to top button