ଇଣ୍ଡିଆ ଟିଭି ସିଏନଏକ୍ସ ସର୍ଭେକୁ ନେଇ ଓଡିଶା ରାଜନୀତି ସରଗରମ, ଆରମ୍ଭ ହେଲା ହିସାବ

ଭୁବନେଶ୍ବର: ନିକଟରେ ଇଣ୍ଡିଆ ଟିଭି ସିଏନଏସ୍କ ସର୍ଭେକୁ ନେଇ ଓଡିଶା ରାଜନୀତିରେ ଚାଲିଛି ସରଗରମ ଆଲୋଚନା। ଉଭୟ ବିଜେଡି ବିଜେପି ସହିତ କଂଗ୍ରେସ ଏହି ସର୍ଭେକୁ ନେଇ କେହି ଖୁସି ନାହାଁନ୍ତି। ହେଲେ ଏହି ତିନିଦଳ ଭିତରେ ଭିତରେ ଏହା ଉପରେ ବେଶ ଆଲୋଚନା ଜାରୀ ରଖିଛନ୍ତି। ଓଡିଶାରେ ଦଳର ଏପରି କାହିଁକି ପରିସ୍ଥିତ ହେବ ବୋଲି ନିଜ ମଧ୍ୟରେ ପ୍ରଶ୍ନ ପଚରା ଆରମ୍ଭ କରିଦେଇଛି। ଏହି ସର୍ଭେରୁ ପ୍ରକାଶ ପାଇଛି ଯେ, ଓଡିଶାରେ ୨୧ଟି ଲୋକସଭା ଆସନରୁ ବିଜେପିକୁ ସେହି ୮ ଟି ସିଟ ମିଳୁଥିବା ବେଳେ ବିଜେଡିକୁ ୧୩ ଟି ଆସନ ମିଳିବ। ହେଲେ କଂଗ୍ରେସ କିମ୍ବା ଅନ୍ୟ କାହାକୁ ଗୋଟିଏ ମଧ୍ୟ ଆସନ ମିଳିବ ନାହିଁ ବୋଲି ଏହି ସର୍ଭେରେ କୁହାଯାଇଛି। ବର୍ତ୍ତମାନ ଓଡିଶାରେ ଲୋକସଭାରେ ବିଜେଡିର ୧୨ ଜଣ ଥିବା ବେଳେ ବିଜେପିର ୮ ଜଣ ଏବଂ କଂଗ୍ରେସର ଜଣେ ସଦସ୍ୟ ଅଛନ୍ତି। ସେହି ଗୋଟିଏ ଆସନ ମଧ୍ୟ ଏଥର ବିଜେଡି ନେବ ବୋଲି ସର୍ଭେରେ କୁହାଯାଇଛି। ତେବେ ଏହାକୁ ନେଇ ବିଜେଡି ତରଫରୁ ସାଂସଦ ମୁନ୍ନା ଖାନ ପ୍ରତିକ୍ରିୟା ରଖିଛନ୍ତି। ତାଙ୍କର କହିବା କଥା ଯେ, ଏପରି ସର୍ଭେ କେବେ ଠିକ ହୋଇ ନ ଥାଏ। ହେଲେ ଏଥର ବିଜେଡି ଲୋକସଭାରେ ୨୦ ଟି ଆସନ ଜିତିବ। ତେବେ କେଉଁ ଆସନରେ ବିଜେଡି ହାରିବ ସେ ନେଇ ସେ କୌଣସି ସ୍ପଷ୍ଟି କରଣ ଦେଇ ନ ଥିଲେ। ସେହିପରି କଂଗ୍ରେସ ମଧ୍ୟ ଏହି ରିପୋର୍ଟକୁ ମାନିବାକୁ ନାରାଜ। କାରଣ କଂଗ୍ରେସ ମେଣ୍ଟ ବା ଇଣ୍ଡିଆ ଏଥର ଲୋକସଭାରେ ବେଶ ଭଲ କରିବ। ଏ ରିପୋର୍ଟରେ କୌଣସି ମାନେ ରହେ ନାହିଁ ବୋଲି ଦଳ କହିଛି। ସେହିପରି ବିଜେପି ସଭାପତି ମନମୋହନ ସାମଲ ଏହାକୁ ନେଇ ନିଜର ପତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ନିର୍ବାଚନ ହେବାକୁ ଆହୁରି ବେଶ ସମୟ ବାକି ରହିଛି। ଏହା ଭିତରେ ମହାନଦୀ ଓ ସୁବର୍ଣ୍ଣରେଖାରେ ବହୁ ପାଣି ବହିଯିବ। ତେଣୁ ଏବେଠାରୁ ଆକଳନ କରି କହିବା ସମ୍ଭବ ନୁହେଁ। ତେବେ ଏହା ଭିତରେ ଆମେ ଦଳକୁ ସୁଦୃଢ କରିବାକୁ ଲାଗିଛୁ। ବହୁତ କାମ ଆହୁରି ବାକି ରହିଛି। ଆସନ୍ତା ନିର୍ବାଚନରେ ବିଜେପି ବେଶ ଭଲ ଫଳ କରିବ। ସେହିପରି ଏହି ଜନମତ ସର୍ଭେରେ ଓଡିଶାରେ ପୁଣି ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ବୋଲି କୁହାଯାଇଛି। ଏଥର ବିଜେଡିର ଭୋଟ ପ୍ରତିଶତ ବୃଦ୍ଧି ପାଇବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଓଡିଶାରେ ନବୀନ ପଟ୍ଟନାୟକ ୨୩ ବର୍ଷ ଧରି ଶାସନ କରିଥିଲେ ମଧ୍ୟ ଶାସନ ବିରୋଧ ଜନମତ ପରିଲକ୍ଷିତ ହେଉ ନାହିଁ। ବିଜେଡିର ଅଭେଦ୍ୟ ଦୁର୍ଗକୁ ବିରୋଧ ଭେଦ କରିପାରୁ ନାହାଁନ୍ତି ବୋଲି କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button