ଗୌତମ ନଉଲଖାଙ୍କ ଗୃହବନ୍ଦୀ ମିଆଦ ବୃଦ୍ଧି

ନୂଆଦିଲ୍ଲୀ : ବିଶିଷ୍ଟ ମାନବାଧିକାର କର୍ମୀ ତଥା ସାମ୍ବାଦିକ ଗୌତମ ନଉଲଖାଙ୍କ ଗୃହବନ୍ଦୀ ମିଆଦକୁ ସୁପ୍ରିମକୋର୍ଟ ଫେବୃଆରୀ ୧୭ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ମାଓବାଦୀ ସଂଗଠନ ଏବଂ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଏନ୍‌ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ୨୦୨୦ରେ ତାଙ୍କୁ ଗିରଫ କରିଥିଲା । ତେବେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୨୦୨୨ ନଭେମ୍ବର ୧୮ରୁ ନଉଲଖାଙ୍କୁ ମହାରାଷ୍ଟ୍ରର ତାଜୋଲା ଜେଲରୁ ଖଲାସ କରାଯାଇ ଗୃହବନ୍ଦୀ ରଖାଯାଇଛି । ଏପରିକି ବିଦେଶରେ ରହୁଥିବା କନ୍ୟାଙ୍କ ସହ ଫୋନ୍‌ରେ କଥାବାର୍ତ୍ତା ହେବାକୁ ମଧ୍ୟ ତାଙ୍କୁ କୋର୍ଟ ଅନୁମତି ଦେଇନାହାନ୍ତି । ୨୦୧୮ ଭୀମା କୋରେଗାଓଁ ମାମଲାରେ ବାର୍ବରା ରାଓ ଓ ଅନ୍ୟମାନଙ୍କ ସହ ନଉଲଖାଙ୍କୁ ଗିରଫ କରାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button