ଏୟାର୍ ଏସିଆ ବିମାନର ଜରୁରୀ ଅବତରଣ
ଲକ୍ଷ୍ନୌ: ଲକ୍ଷ୍ନୌରୁ କୋଲ୍କାତା ଯାଉଥିବା ଏୟାର୍ ଏସିଆର ଏକ ବିମାନ ପୂର୍ବାହ୍ନରେ ସ୍ଥାନୀୟ ଚୌଧୁରୀ ଚରଣ ସିଂହ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଛି । ୧୮୦ ଯାତ୍ରୀଙ୍କୁ ନେଇ ରନ୍ୱେରେ ଉଡ଼ିବାକୁ ପ୍ରସ୍ତୁତ ହେଉଥିବା ବେଳେ ଅଚାନକ ଏକ ପକ୍ଷୀ ବିମାନରେ ଧକ୍କା ଲାଗିଥିଲା । ଏହାପରେ ପାଇଲଟ୍ ଏମର୍ଜେନ୍ସି ବ୍ରେକ୍ ଲଗାଇ ବିମାନକୁ ରନ୍ୱେରେ ହିଁ ରୋକି ଦେଇଥିଲେ । ବିମାନବନ୍ଦର କର୍ତ୍ତୃପକ୍ଷ ସୂଚନା ପାଇବା ପରେ ସୁରକ୍ଷା କର୍ମୀ ଘଟଣାସ୍ଥଳରେ ପହଞ୍ଚିଥିଲେ ଏବଂ ସମସ୍ତ ଯାତ୍ରୀଙ୍କୁ ସକୁଶଳ ବିମାନରୁ ଓହ୍ଲାଇ ଦିଆଯାଇଥିଲା । ଏୟାରଲାଇନ୍ ପକ୍ଷରୁ ଯାତ୍ରୀଙ୍କୁ ଅନ୍ୟ ବିମାନରେ କୋଲ୍କାତା ପଠାଇବା ଭରସା ଦିଆଯାଇଥିଲେ ମଧ୍ୟ ସନ୍ଧ୍ୟା ସୁଦ୍ଧା ଯାତ୍ରୀଙ୍କ ପାଇଁ କୌଣସି ବିକଳ୍ପ ବ୍ୟବସ୍ଥା କରାଯାଇ ନଥିଲା । ଇତିମଧ୍ୟରେ ଏୟାରଲାଇନ୍ କର୍ମଚାରୀଙ୍କ ବିରୋଧରେ ଦାୟିତ୍ୱହୀନତା ଅଭିଯୋଗରେ ଯାତ୍ରାମାନେ ହଙ୍ଗାମା କରିଥିଲେ ।