ତାମିଲନାଡୁର ବାଣ କାରଖାନାରେ ବିସ୍ଫୋରଣରେ ଆଠ ମୃତ: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୋକ

ବିରୁଦ୍ଧନଗର (ତାମିଲନାଡୁ): ଆଜି ତାମିଲନାଡୁର ବିରୁଦ୍ଧନଗରର ବାଣ କାରଖାନାରେ ବିସ୍ଫୋରଣରେ ଅତି କମରେ ୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ପୋଲିସ ଏହି ସୂଚନା ଦେଇଛି। ପ୍ରାଥମିକ ଅନୁସନ୍ଧାନର ଉଦ୍ଧେଶ୍ୟରେ ପୋଲିସ କହିଛି ଯେ, ମୃତକଙ୍କ ମଧ୍ୟରେ ମହିଳା ମଧ୍ୟ ସାମିଲ ଅଛନ୍ତିଏବଂ ବିସ୍ଫୋରଣର କାରଣ ଖୋଜା ଯାଉଛି। ଅଗ୍ନିଶମ ବିଭାଗର ଅଧିକାରୀଙ୍କ କହିବାନୁସାରେ, “ବିରୁଦ୍ଧନଗର ଜିଲ୍ଲାର ଏକ ବାଣ କାରଖାନାରେ ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି। ବିସ୍ଫୋରଣର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।” ଏହି ଦୁର୍ଘଟଣା ସମ୍ପର୍କରେ ପିଏମ ମୋଦୀ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, “ମୁଁ ଆହତଙ୍କ ଶୀଘ୍ର ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ କାମନା କରୁଛି। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରାଯିବ। ଆହତମାନଙ୍କୁ ୫୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ।” ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ, ତାମିଲନାଡୁର ବିରୁଦ୍ଧନଗର ଜିଲ୍ଲାର ଏକ ବାଣ କାରଖାନାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଖବର ଶୁଣି ସେ ଦୁଃଖିତ। ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଁ ହୃଦୟରୁ ସମବେଦନା ଜଣାଉଛି। ଆହତମାନଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି।

Related Articles

Leave a Reply

Your email address will not be published.

Back to top button